ଆଜି ଓ ଆସନ୍ତାକାଲି ରାଜ୍ୟରେ ବଢିବ ତାତି : ପଶ୍ଚିମ ଓଡିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ

2

କନକ ବ୍ୟୁରୋ : ଆଜି ଓ ଆସନ୍ତାକାଲି ରାଜ୍ୟରେ ତାତି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପଶ୍ଚିମ ଓଡିଶାରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତା ୧୩ ତାରିଖରେ କିନ୍ତୁ ଏହି ତାତିରୁ ସାମାନ୍ୟ ତ୍ରାହି ମିଳିବ । ୧୩ ତାରିଖରେ ବିଭିନ୍ନ ଅଂଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର କହିବା କଥା ହେଉଛି ଯେ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀରର ଉତର ଉତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିଲେ ବି ଏହା କେନ୍ଦ୍ରୀୟ ଭାରତ ଦେଇ ଓଡିଶା ପହଂଚିଲାବେଳକୁ ତତଲା ପବନରେ ପରିଣତ ହୋଇଯାଉଛି ।

Comments are closed.