ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ଆଗାମୀ ୨୪ ଘଂଟାରେ ଲଘୁଚାପରେ ପରିଣତ ହେବା ସମ୍ଭାବନା

35

କନକ ବ୍ୟୁରୋ : ବାଂଲାଦେଶ ଉପକୂଳ ଆଖପାଖ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ୨୪ ଘଂଟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାଛଡା ଅନ୍ୟସ୍ଥାନମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ଘୂର୍ଣ୍ଣିବଳୟର ପ୍ରଭାବ ସେତେଟା ଶକ୍ତିଶାଳୀ ନଥିଲେ ବି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ବର୍ଷା ୬ ତାରିଖ ଯାଏଁ ଲାଗିରହିବ । ଏହା ପରେ ବର୍ଷା କମିବ ।

ପ୍ରବଳ ବର୍ଷା ଯୋଗୁଁ କଟକରେ ମଧ୍ୟ ଜନଜୀବନ ପ୍ରଭାବିତ ହୋଇଛି । ତଳିଆ ଅଂଚଳରେ ପାଣି ପଶିଯାଇଛି । ରାଣୀହାଟ ପଟ୍ଟାପୋଲ ,ବିଡାନାସୀ ବନ୍ଧସାହି, ସିଡିଏ ତାରିଣୀ ବିହାରରେ ପାଣି ବଢିବାରେ ଲାଗିଛି । ସିଏମସି ଦ୍ୱାରା ବର୍ଷାଜଳ ନିଷ୍କାସନ ପାଇଁ ୱାଟର ପମ୍ପକୁ ପ୍ରସ୍ତୁତ ରଖାଯାଇଛି । ସହରରେ ଡ୍ରେନେଜ ସିଷ୍ଟମ ଠିକ ନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିବାରେ ଲାଗିଛି ।