ଅପରାହ୍ଣରେ ବିଜୁଳି ସହ ବଜ୍ରପାତ ଓ ବର୍ଷା ସମ୍ଭାବନା ! ଖୋଲା ସ୍ଥାନରେ ନରହିବାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

22

କନକ ବ୍ୟୁରୋ : ବଜ୍ରପାତ ପ୍ରତି ସାବଧାନ । ଅପରାହ୍ଣରେ ବିଭିନ୍ନ ସ୍ଥାନରେ ବିଜୁଳି ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଥିବାରୁ ଖୋଲା ସ୍ଥାନରେ ନରହିବାକୁ ସତର୍କ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଚାଷ ଜମି ବା ଖୋଲା ପଡିଆରେ ନରହିବାକୁ କହିଛନ୍ତି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।

ଗତ ଦୁଇ ଦିନରେ ବଜ୍ରପାତରେ ୩୪ ଜଣଙ୍କର ଜୀବନ ଯାଇଛି । ସେପଟେ ୪ତାରିଖରୁ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଏବଂ ଆସନ୍ତା ୪୮ ଘଂଟା ଭିତରେ ଉତ୍ତର ଓଡିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ବିଭାଗ ।