ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ! ଭୁବନେଶ୍ୱରରେ ୪୦ ଡିଗ୍ରୀ ରହିଛି ତାପମାତ୍ରା

15

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏବେ ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେବ୍ ଜାରି ରହିଥିବା ବେଳେ ୧୫, ୧୬, ୧୭ ତାରିଖରେ ଉପକୂଳ ଓଡିଶାରେ ହିଟ୍ ୱେଭ୍ ଜାରି ହେବାର ସମ୍ଭାବନା ରହିଛି । ଆଜି ବଲାଙ୍ଗିର ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ୪୩ ଡିଗ୍ରି ଉପରେ ତାପମାତ୍ରା ଥିବା ବେଳେ ଭୁବନେଶ୍ୱରରେ ୪୦ ଡିଗ୍ରୀ ରହିଛି ।

ଏହାସହ ରାଜ୍ୟର ୧୦ଟି ସହରରେ ମଧ୍ୟ ପାରଦ ୪୦ ଡିଗ୍ରୀ ଉପରେ ରହିଛି ରହିଥିବା କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ କୁମାର ସାହୁ । ତେବେ ଆଗକୁ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ଶରତ ସାହୁ ସୂଚନା ଦେଇଛନ୍ତି ।