ବସନ୍ତରେ ଅସମ୍ଭାଳ ତାତି ! ରାଜ୍ୟର ହାରାହାରି ତାପମାତ୍ରା ୩୭ ଡିଗ୍ରୀ

38

କନକ ବ୍ୟୁରୋ : ଏବେଠୁଁ ଅସମ୍ଭାଳ ହେଲାଣି ରାଜ୍ୟରେ ତାତି । ଗତକାଲି ରାଜ୍ୟର ହାରାହାରି ତାପମାତ୍ରା ୩୭ ଡିଗ୍ରୀ ରହିଛି । ଯାହା ମାର୍ଚ୍ଚ ପ୍ରଥମ ସପ୍ତାହ ତାପମାତ୍ରା ଠାରୁ ପାଖାପାଖି ୨ ଡିଗ୍ରୀ ଅଧିକ ଥିବା ଜଣାପଡିଛି । ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ପାରଦ ୩୬ ଡିଗ୍ରୀ ତଳକୁ ଖସୁନି ।

ବସନ୍ତ ଋତୁରେ ପ୍ରବଳ ଗରମ ଅନୁଭୂତ ହେଉଛି । ରାଜ୍ୟ ୧୩ଟି ସ୍ଥାନରେ ୩୬ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ଗତକାଲି ଅନୁଗୁଳରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮.୯ ଡିଗ୍ରୀ ରେକର୍ଡ କରାଯାଇଛି । ତାଳଚେରରେ ୩୮.୭ ଡିଗ୍ରୀ ଓ ଟିଟିଲାଗଡ଼ରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ରହିଛି ୩୭.୭ ଡିଗ୍ରୀ । ଆଗକୁ ସ୍ଥିତି ଆହୁରି ସଂଗୀନ ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରୁଛି । ଏ ବର୍ଷର ତାପମାତ୍ରା ରେକର୍ଡ ଭାଙ୍ଗିବ ବୋଲି ଆକଳନ କରାଯାଇଛି ।