ଆଜି ବାଣୀବିହାର ଛାତ୍ର ସଂସଦର ବାର୍ଷିକତ୍ସୋବ : ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଛାତ୍ର କଂଗ୍ରେସର ବିରୋଧ, ଅଣ୍ଡାମାଡ ଚେତାବନୀ

19

କନକ ବ୍ୟୁରୋ : ଆଜି ବାଣିବିହାର ଛାତ୍ର ସଂସଦର ବାର୍ଷିକତ୍ସୋବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହାପୂର୍ବରୁ କ୍ୟାମ୍ପସ ରାଜନୀତି ସରଗରମ । ଏବିଭିପି ପକ୍ଷରୁ ଉତ୍ସବକୁ ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଡକାଯାଇଥିବାରୁ କଳାପତାକା ପ୍ରଦର୍ଶନ କରାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅଣ୍ଡା ମାଡ କରିବାକୁ ପୂର୍ବରୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।