ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଦିଆଯିବ ସ୍ୱାଗତ ସମ୍ବର୍ଦ୍ଧନା : ହାଇଦ୍ରାବାଦ ହାଉସରେ ମୋଦିଙ୍କ ସହ ସାକ୍ଷାତ

287

କନକ ବ୍ୟୁରୋ : ଭାରତରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ସକାଳ ୧୦ଟାରେ ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଦିନ ୧୦ଟା ୩୦ରେ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧୀରେ ଶ୍ରଦ୍ଧାସୁମନ ଅର୍ପଣ କରିବେ ଟ୍ରମ୍ପ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ମୋଦି ଓ ଟ୍ରମ୍ପ ମିଳିତ ସାମ୍ବାଦିକ ସମ୍ମିଳନୀ କରିବେ ।

ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଟ୍ରମ୍ପଙ୍କ ବୈଠକ କାର୍ଯ୍ୟକ୍ରମ ରହିଛି । ଏହାପରେ ରାତି ପ୍ରାୟ ୧୦ଟାରେ ଆମେରିକା ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।