ଆଜି ଦେଶବ୍ୟାପୀ ପରିବହନ ଧର୍ମଘଟ ! ରାଜ୍ୟରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଲା ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାକର୍ସ ଫେଡେରେସନ ।

35

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ପରିବହନ ନୀତିକୁ ବିରୋଧ କରି ଆଜି ଦେଶବ୍ୟାପୀ ପରିବହନ ଧର୍ମଘଟ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାକର୍ସ ଫେଡେରେସନ ରାଜ୍ୟବ୍ୟାପୀ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ରାଜ୍ୟରେ ସମସ୍ତ ବାଣିଜ୍ୟିକ ପରିବହନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଟ୍ରାନ୍ସପୋର୍ଟ ୱାକର୍ସ ଫେଡେରେସନ । ବସ୍, ଟ୍ରକ୍, ଟ୍ୟାଙ୍କର ଓ ଟ୍ୟାକ୍ସି ଚାଳକ ଏହି ବନ୍ଦ ଡାକରାକୁ ସମର୍ଥନ କରୁଥିବା ମଧ୍ୟ ସୂଚନା ମିଳିଛି ।

ତେବେ ଏହି ଧର୍ମଘଟର ପ୍ରଭାବ ପଡିଛି ଲୋକଙ୍କ ଉପରେ । ସକାଳୁ ସକାଳୁ ବର୍ଷା ସାଙ୍ଗକୁ ଏଭଳି ଯାତାୟତର ନାହି ନଥିବା ଅସୁବିଧା ଲୋକଙ୍କୁ ସମସ୍ୟାରେ ପକାଇଛି । ନିତିଦିନିଆ ଅଫିସ୍ ଯାଉଥିବା କର୍ମଚାରୀ ହୁଅନ୍ତୁ ଅବା ସ୍କୁଲ୍ ଯାଉଥିବା ପିଲା ସମସ୍ତେ ଆଜିର ଧର୍ମଘଟରେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ତେବେ ଲଗାଣ ବର୍ଷା ସାଙ୍ଗକୁ ଆହୁରି ୨୪ ଘଣ୍ଟା ଧର୍ମଘଟ ଲୋକଙ୍କୁ ଅଧିକ ଅସୁବିଧାରେ ପକାଇପାରେ ବୋଲି ଅନୁମାନ କରାଯାଉଛି ।