ରାହୁଲ ଗାନ୍ଧିଙ୍କ ପଦୋନ୍ନତି ନେଇ ପାରିତ ହୋଇପାରେ ସଂକଳ୍ପ ! ଆଜି ପିସିସି ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

22

କନକ ବ୍ୟୁରୋ: ଆଜି ପ୍ରଦେଶ କଂଗ୍ରେସ କମିଟିର ଜରୁରୀ ବୈଠକ ଡକାଯାଇଛି । ଏଥିରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମିିଳିଥିବା ଖବର ଅନୁସାରେ, ଏଥିରେ ମୁଖ୍ୟତଃ ୨ ଟି ସଂକଳ୍ପ ପାରିତ ହୋଇପାରେ । କଂଗ୍ରେସ ଅଧ୍ୟକ୍ଷ ବାଛିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ କ୍ଷମତା ଦିଆଯିବ ।

ସେହିଭଳି ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅନୁରୋଧ କରି ଆଉ ଏକ ସଂକଳ୍ପ ପାରିତ ହୋଇପାରେ । ରାହୁଲଙ୍କୁ ଦୀପାବଳି ପରେ ଦଳର ସଭାପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏନେଇ କିଛି ରାଜ୍ୟର କଂଗ୍ରେସ କମିଟି ପ୍ରସ୍ତାବ ବି ପାଶ କରିସାରିଛନ୍ତି ।

ସେପଟେ କିନ୍ତୁ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ପାଖରେ ଏହି ବୈଠକ ନେଇ ସୂଚନା ନଥିବା କହିଛନ୍ତି । ଏହାକୁ ନେଇ ପ୍ରସାଦ ହରିଚନ୍ଦନ ନିଜର ନୂଆ ଟିମ୍ ଗଠନ କରିଥିବା ନେଇ ହେଉଥିବା ଚର୍ଚ୍ଚା ସତ ପ୍ରମାଣ ହେଉଥିବା କୁହାଯାଉଛି । ତେବେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବା ନେଇ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ।