ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ : ପାହାଡିଆ ଅଂଚଳରେ ପ୍ରବଳ ଥଣ୍ଡା

22

କନକ ବ୍ୟୁରୋ : ସମଗ୍ର ରାଜ୍ୟରେ ଜାରି ରହିଛି ଶୀତ ପ୍ରବାହ । ମୁଖ୍ୟତଃ ପାହାଡିଆ ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ବଣ ପାହାଡଘେରା ଅଂଚଳରେ ଅସମ୍ଭାଳ ଶୀତ । ସକାଳ ୧୦ ଆଗରୁ ଓ ସଂଧ୍ୟା ୫ ପରେ ଘରୁ ବାହାରିବା ଏକ ପ୍ରକାର ଠପ ହୋଇଯାଇଛି ।

ଆଜି ଉପକୂଳ ଓଡିଶାରେ ଶୀତ ଟିକେ କମ୍ ଅନୁଭୁତ ହେଉଥିବା ବେଳେ କନ୍ଧମାଳ ହାଡଭଙ୍ଗା ଶୀତରେ ଥରୁଛି । ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୬ ଦଶମିକ ୨ ତଳେ ପାରଦ ରହିଛ ।