ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ : ଦିନ ୧୨ଟା ସୁଦ୍ଧା ୮ଟି ସହରରେ ତାମପାତ୍ରା ୪୦ ଡିଗ୍ରୀ

115

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସମ୍ଭାଳ ତାତିରେ ଲୋକେ ନାକେଦମ୍ ହେଲେଣି । ଆଜି ଦିନ ୧୨ଟା ସୁଦ୍ଧା ୮ଟି ସହରରେ ତାମପାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସବୁଠାରୁ ଉତପ୍ତ ସହର ପାଲଟିଛି ଟିଟିଲାଗଡ । ତତଲାଗଡରେ ପାରଦ ୪୩ ଡିଗ୍ରୀ ଉପରେ ରହିଛି ।

ସେହିଭଳି ଝାରସୁଗୁଡାରେ ୪୦ ଦଶମିକ ୫, ସମ୍ବଲପୁରରେ ୪୦ ଦଶମିକ ୧, ସୁନ୍ଦରଗଡରେ ୪୦ ଦଶମିକ ୫, ହୀରାକୁଦରେ ୪୦ ଦଶମିକ ୮, ଭବାନୀପାଟଣାରେ ୪୦ ଦଶମିକ ୫, ବଲାଙ୍ଗୀରରେ ୪୧ ଓ ମାଲକାନଗିରିରେ ୪୦ ଦଶମିକ ୨ ଉପରେ ତାପମାତ୍ରା ରହିଛି । ଏନେଇ ଆଚଂଳିକ ପାଣିପାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି । ତେବେ ଆଜିର ତାପମାତ୍ରା ଦୀର୍ଘ ବର୍ଷର ରେକର୍ଡ ଭାଙ୍ଗି ଥିବା କହିଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦେଶ ଶରତ ସାହୁ । ବିଶେଷ କରି ଖରାରେ ସିଝୁଛି ପଶ୍ଚିମ ଓଡିଶା ।