ସନ୍ଥ ଧରିବେ ଶାସନଡୋରି : ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

28

କନକ ବ୍ୟୁରୋ : ଆଜି ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବରିଷ୍ଠ ବିଜେପି ନେତା ଯୋଗୀ ଆଦିତ୍ୟ ନାଥ । ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌଜ୍ୟ ଏବଂ ଦିନେଶ ଶର୍ମାଙ୍କ ସମେତ ପୁରା ମନ୍ତ୍ରୀମଣ୍ଡଳ ସହ ଶପଥ ନେବେ ଆଦିତ୍ୟନାଥ । ଆଜି ଅପରାହ୍ନ ୨ଟା ୧୫ରେ ଲକ୍ଷ୍ନୈାରେ ହେଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗଦେବେ ।

ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଏନ୍ଡିଏର ସମସ୍ତ ସହଯୋଗୀର ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଲକ୍ଷ୍ନୈାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଥିଲା । ଉତରପ୍ରଦେଶର ଗୋରଖପୁରରୁ ୫ଥର ସାଂସଦ ନିର୍ବାଚିତ ହୋଇଥିବା ଏହି ନେତା ଜଣେ କଟ୍ର ହିନ୍ଦୁବାଦୀ ନେତା ଭାବରେ ପରିଚିତ ।