ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ : ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ପାଳନ

236

କନକ ବ୍ୟୁରୋ : ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ମଧୂସୂଦନ ଦାସଙ୍କ ଜୟନ୍ତୀକୁ  ରାଜ୍ୟରେ ସ୍ୱାଭିମାନ ଦିବସ ଭାବେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ପାଳନ କରାଯାଉଛି । ଏହି ଅବସରରେ କଟକ ଗୋରାକବର ସ୍ଥିତ ମଧୁ ବାବୁଙ୍କ ସମାଧୀ ପୀଠରେ ବହୁ ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ ଏବଂ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଶ୍ରଦ୍ଧାଜଂଳୀ ଅର୍ପଣ କରିଛନ୍ତି ।

ସଂନ୍ଧ୍ୟାରେ ଭୁବନେଶ୍ୱର ଆମ ଓଡିଶା କାର୍ଯ୍ୟାଳୟରେ ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ  ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।