ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ଦିବସ : ଏହି ଦିବସକୁ ବଳିଦାନ ଦିବସ ଭାବେ ପାଳନ କରିବାକୁ ଆଶ୍ରମ ପରିସରରେ ଜୋରଦାର ପ୍ରସ୍ତୁତି

34

କନକ ବ୍ୟୁରୋ : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧ ଦିବସ । ଏହି ଦିବସକୁ ବଳିଦାନ ଦିବସ ଭାବେ ପାଳନ କରିବାକୁ ଆଶ୍ରମ ପରିସରରେ ଜୋରଦାର ପ୍ରସ୍ତୁତି ଚାଲିଛି । ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟାରେ ଥିବା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମରେ ଆତତାୟୀଙ୍କ ଗୁଳିରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ମୃତ୍ୟୁ ହୋଇଥିଲା ।

ଏହି ଦିବସରେ ବିଶ୍ୱ ହିନ୍ଦୁ ପରିଷଦର ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ  ଜଳେଶପେଟ୍ଟା ୨ ଓ ଚକାପାଦରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବଳିଦାନ ଦିବସରେ ବିଶ୍ୱହିନ୍ଦୁ ପରିଷଦର ବହୁ କର୍ମକର୍ତା ଯୋଗଦେବେ । ଆଉ କିଛି ସମୟ ପରେ କଳସ ଯାତ୍ରା ଆରମ୍ଭ ହେବ । ତା ପରେ ହେବ ନଗର ପରିକ୍ରମା  ଓ ସଂକୀର୍ତନ ଆରମ୍ଭ ହେବ ।  ବଳିଦାସ ଦିବସକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଂଚ କରାଯାଉଛି ।