ସେକ୍ସ ସିଡି ଓ ରିଷି ହତ୍ୟା ମାମଲା : ଆଜି ଛାତ୍ର କଂଗ୍ରେସ ସଭାପତିଙ୍କ ବୟାନ ରେକର୍ଡ କରିବ ପୁଲିସ

40

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି କ୍ୟାପିଟାଲ ଥାନାରେ ହାଜର ହୋଇ ନିଜର ବୟାନ ରଖିବେ ଛାତ୍ର କଂଗ୍ରେସ ସଭାପତି । ଇତିଶ ପ୍ରଧାନଙ୍କ ବୟାନ ରେକର୍ଡ କରିବା ପାଇଁ ପୂର୍ବରୁ ନୋଟିସ କରିଥିଲା ପୁଲିସ । ଆଜି ଆଇପିସି ଧାରା ୧୬୧ ଧାରାରେ ଇତିଶଙ୍କ ବୟାନ ରେକର୍ଡ କରିବ କମିଶନରେଟ୍ ପୁଲିସ । ସେକ୍ସ ସିଡିରେ ମେୟରଙ୍କ ସମ୍ପୃକ୍ତି ରହିଛି ନା ନାହିଁ ତାର ତଦନ୍ତ କରାଯାଉ । ଏହି ଭିଡିଓରେ ଥିବା ବ୍ୟକ୍ତି ଜଣଙ୍କ କିଏ ତାହା ସ୍ପଷ୍ଟ କରାଯାଉ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଉଛି ।

ସେ କାହାରି କୁ ଭୟ କରନ୍ତି ନାହିଁ, ଥାନାରେ ସତ୍ୟ ଉପରେ ଆଧାରିତ ସମସ୍ତ ତଥ୍ୟ ଉପସ୍ଥାପନ କରିବେ ବୋଲି କହିଛନ୍ତି ଇତିଶ ପ୍ରଧାନ । ତେବେ ଭୁବନେଶ୍ୱର ମେୟର ଜଣେ ଭଦ୍ର ବ୍ୟକ୍ତି ନୁହଁନ୍ତି, ତାଙ୍କ ବିରୋଧରେ ବହୁ ପ୍ରମାଣ ରହିଛି । ଖୁବଶୀଘ୍ର  ସେ ସବୁର ପର୍ଦ୍ଦାଫାଶ କରିବେ ବୋଲି ସୂଚନା ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି । କଣ କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ଦେଖନ୍ତୁ ଏହି ଭିଡିଓରେ :