ଆଜି ଅପରାହ୍ନରେ ବସିବ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ଆଜି ଅପରାହ୍ନରେ ସଚିବାଳୟରେ ବସିବ କ୍ୟାବିନେଟ୍ ବୈଠକ

259

କନକ ବ୍ୟୁରୋ : ଆଜି ଅପରାହ୍ନରେ ସଚିବାଳୟରେ ବସିବ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ନିର୍ଦ୍ଦିଷ୍ଟ ଭାବରେ କି ପ୍ରସଙ୍ଗ ଉପରେ ଆଲୋଚନା ହେବ ତାହା ଜଣାପଡି ନାହିଁ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ ପୂର୍ବରୁ ସରକାର କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସେହିଭଳି ଚାଷୀ ଋଣ ଛାଡ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ ଅତିରିକ୍ତ ବୋନସ ପ୍ରଦାନ ଆଦି ଦାବି ଉଠୁଥିବାରୁ ଏ ଦିଗରେ ସରକାର କିଛି ବଡ ନିଷ୍ପତି ନେଇପାରନ୍ତି ବୋଲି କୁହାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଅପରାହ୍ଣ ୪.୩୦ ରେ ବୈଠକ ବସିପାରେ ।