ବିଧାନସଭାରେ ମୁଲତବି ନୋଟିସ୍ ! ବିଜୁଳି ଓ ଖଣି ଦୁର୍ନିତୀକୁ ନେଇ ବିରୋଧୀ ଆଣିଲେ ନୋଟିସ୍

32

କନକ ବ୍ୟୁରୋ : ବିଧାନସଭାରେ ମୁଲତବି ନୋଟିସ ଆଣିଲେ ଉଭୟ ବିରୋଧୀ ଦଳ । କଂଗ୍ରେସ ଓ ବିଜେପି ଉଭୟ ପୃଥକ ପୃଥକ ନୋଟିସ ଆଣିଛନ୍ତି । ବିଜୁଳି ସମସ୍ୟାକୁ ନେଇ ବିଜେପି ନୋଟିସ୍ ଆଣିଛି । ରାଜ୍ୟ ସରକାର ୨୪ଘଂଟା ବିଜୁଳି ଯୋଗାଇବାରେ ବିଫଳ ହୋଇଛନ୍ତି ।

ସେହିପରି ଖଣି ଦୁର୍ନିତୀ ନେଇ ମୁଲତବି ନୋଟିସ୍ ଆଣିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ଆଇନ ଉଲଘଂନ କରି ଖଣି ପଟାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଇଛନ୍ତି ସରକାର । ତେବେ ଏହି ନୋଟସକୁ ଗ୍ରହଣ କରିନାହାଁନ୍ତି ବାଚସ୍ପତି । ତେବେ ଗୃହରେ ପ୍ରଶ୍ନକାଳ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-