୫୦ ବର୍ଷ ବୟସରେ ଏ ଆର ରେହମାନ !

57

ଆଜି ହେଉଛି ଇଣ୍ଡିଆନ କମ୍ପୋଜର ତଥା ଗାୟକ ଏ ଆର ରେହମାନଙ୍କ ଜନ୍ମଦିନ । ୫୦ ବର୍ଷ ବୟସରେ ପାଦ ଥାପିଛନ୍ତି ରେହମାନ । ବଲିଉଡର ଏହି ମ୍ୟୁଜିକ ବାଦଶାହା ୧୯୬୯ ମସିହାରେ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ । କ୍ୟାରିୟରର ଆରମ୍ଭରେ ସଂର୍ଘଷପୂର୍ଣ୍ଣ ସଫର ପୂରା କରିଥିଲେ ଏ ଆର ରେହମାନ । ପରେ ଗୋଟେ ପରେ ଗୋଟେ ସଫଳତାର ସେ ନିଜ ନାଁରେ କରିପାରିଛନ୍ତି । ଏଥିସହ ସଙ୍ଗୀତ ଦୁନିଆରେ ସେ ନିଜ ପାଇଁ ଅନ୍ୟନ୍ୟ ପରିଚୟ ସଷ୍ଟି କରିପାରିଛନ୍ତି ।

୧୯୯୨ ମସିହାରେ ସିନେମା ରୋଜାରେ ପ୍ରଥମ ଥର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରେହମାନ । ୪ ଥର ନ୍ୟାସନାଲ ଫିଲ୍ମ ଆୱାର୍ଡ ହାତେଇଛନ୍ତି ରେହମାନ। ଏହା ସହିତ ୬ ଟି ତାମିଲନାଡୁ ଷ୍ଟେଟ ଫିଲ୍ମ ଆୱାର୍ଡ , ୧୫ ଟି ଫିଲ୍ମ ଫେୟାର ଆୱାର୍ଡ ଓ ୧୩ ଟି ସାଉଥ ଫିଲ୍ମ ଫେୟାର ଆୱାର୍ଡ ସେ ପାଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।