ଆଜି ଶାମ୍ବଦଶମୀ : ସୂର୍ଯ୍ୟପୂଜା ପାଇଁ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ

43

କୋଣାର୍କ : ଆଜି ଶାମ୍ବଦଶମୀରେ ସୂର୍ଯ୍ୟପୂଜା ପାଇଁ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ । ସକାଳୁ ସକାଳୁ ସୂର୍ଯ୍ୟୋଦୟ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଛନ୍ତି ଅନେକ ପର୍ଯ୍ୟଟକ । ଚନ୍ଦ୍ରଭାଗାରେ ବୁଡ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରି ନିଜର ତଥା ପରିବାରର ମଙ୍ଗଳ କାମନା କରିଛନ୍ତି ଶ୍ରଦ୍ଧାଳୁମାନେ । ଆଜିର ଦିନରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଏହି ଦିନ ସୂର୍ଯ୍ୟଙ୍କୁ ଆରାଧନା କଲେ ମଙ୍ଗଳ ପ୍ରାପ୍ତି ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –