ଆଜି ରାଜ୍ୟସଭା ନିର୍ବାଚନ : ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡିର ପ୍ରତାପ ଦେବ

31

କନକ ବ୍ୟୁରୋଆଜି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରତାପ ଦେବ । ବିଷ୍ଣ ଦାସ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଖାଲି ପଡିଛି ପଦ । ଏହି ପଦ ପାଇଁ  ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ପ୍ରତାପ ଦେବାଙ୍କ ନାଁ ଘୋଷଣା କରିସାରିଛନ୍ତି । ଅନ୍ୟପଟେ ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଦୀପ ଅମାତ । ପୂର୍ବତନ ବାଚସ୍ପତି ନିରଞ୍ଜନ ପୂଜାରୀ ବାଚସ୍ପତି ପଦରୁ ଇସ୍ତଫା ଦେଇ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ପରେ ଖାଲି ପଡିଛି ଏହି ପଦ । ଏହି ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଦୀପ ଅମାତ ପୂର୍ବରୁ ବାଚସ୍ପତି ଭାବେ ଦାୟି୍ତ୍ୱ ତୁଲାଇଛନ୍ତି ।