ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

22

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ଏହାକୁ ନେଇ ରାଜ୍ୟର ରାଜନୈତିକ ବାତାବରଣ ସରଗରମ ହୋଇଛି । କେଉଁଠି ବିଶାଳ ଶୋଭାଯାତ୍ରା ତ’କେଉଁଠି ବାଜା ବାଣରେ କମ୍ପୁଛି ପରିବେଶ ।

ମାଓବାଦୀଙ୍କ ଧମକ ଯୋଗୁଁ ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳରେ ଭୟର ବାତାବରଣ ଲାଗିରହିଛି । ତେବେ ମାଲକାନଗିିରି ଉପ -ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୋଟ ୧୫ ଜିଲ୍ଲା ପରିଷଦ ଯୋନ ଲାଗି ବିଜେଡି ପକ୍ଷରୁ ସମସ୍ତ ୧୫ ଟି ଜୋନ ଲାଗି ନାମାଙ୍କନ ପତ୍ର ଦାଖଲ କରାଯାଇଛି ।

ବିଜେପି ୧୪ ଟି ଆସନ ଓ କଂଗ୍ରେସ ପକ୍ଷରୁ ୯ ଟି ଓ ସି.ପି.ଆଇ.ଏମ ପକ୍ଷରୁ ଗୋଟିଏ ଜିଲ୍ଲା ପରିଷଦ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ ହୋଇଛି । ସେହିପରି ବ୍ରହ୍ମପୁରରେ ମଧ୍ୟ ଆଜି ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ ଲାଗି ଭିଡ ଦେଖିବାକୁ ମିଳିଛି । ସେପଟେ ଚାନ୍ଦବାଲି ବ୍ଳକର ୩୪ ପଂଚାୟତର ସମସ୍ତ ରାଜନୈତିକ ଦଳ ମାନଙ୍କର ସମର୍ଥୀତ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ଦାଖଲ ହୋଇଛି ।

ଚାନ୍ଦବାଲି କାଳୀମନ୍ଦିର ପରିସରରୁ ବିଶାଳ ଶୋଭାଯାତ୍ରାରେ ବାହାରି ସକାଳ ୧୦ ଟାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ପହଁଚି ଥିବା ବେଳେ ବାଣ ରୋଷଣିରେ ପାଟିପଡ଼ୁଛି ସାରା ସହର । ସେପଟେ ଅସ୍ତରଂଗରେ ପ୍ରାର୍ଥୀପତ୍ର ଦାଖଲ ଓ ପ୍ରଚାର ବେଳେ ନିର୍ବାଚନ ଆଚରଣ ସଂହିତି ଉଲଂଘନର ଅଭିଯୋଗ ହୋଇଛି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :