ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ! ଦିନ ୧୧ଟାରେ ୩ଟି ୱେବସାଇଟରେ ଦେଖିପାରିବେ ପରୀକ୍ଷା ଫଳ

45

କନକ ବ୍ୟୁରୋ: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ପରୀକ୍ଷାଫଳ ଉନ୍ମୋଚନ କରିବେ । ପରୀକ୍ଷାଫଳକୁ ଛାତ୍ରଛାତ୍ରୀମାନେ ଓଡିଶାରେଜଲ୍ଟ.ଏନଆଇସି.ଇନ୍ ଓ ସିଏଚଏସଇଓଡିଶା.ଇନ୍ ୱେବସାଇଟରେ ଦିନ ୧୧ଟାରେ ଦେଖିପାରିବେ । ତେବେ ଚଳିତବର୍ଷ କଳାରେ ୨ଲକ୍ଷ ୪୩ହଜାର ୫୧୮ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ବାଣିଜ୍ୟରେ ୨୮ହଜାର ୫୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।