ଆଜି ନୂଆଦିଲ୍ଲୀରେ ବସୁଛି ଜିଏସଟିର ୨୯ ତମ ବୈଠକ, ଓଡିଶାରୁ ବୈଠକରେ ଯୋଗ ଦେବେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା

34

କନକ ବ୍ୟୁରୋ : ଦ୍ରବ୍ୟ ଓ ସେବାକର ପରିଶଦର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୁଷ ଗୋଏଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ଜଣାପଡିଛି । ଏହି ବୈଠକରେ ପରିଶଦ ୧୨ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବକୁ ୧୪ ରୁ ୧୫ ପ୍ରତିଶତ ଟିକସ ହାରକୁ ପରିବର୍ତ୍ତିତ କରିବା ପାଇଁ ଏହି ବୈଠକ ବସିଥିବା ଜଣାପଡିଛି । ଏହି ବୈଠକକୁ ମିଶାଇ ମୋଟ ୨୯ ଟି ବୈଠକ ବସିଛି ।

 

ତେବେ ଏହି ବୈଠକରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କ ସମୁଖୀନ ହେଉଥିବା ସମସ୍ୟାକ ସମାଧାନ ପାଇଁ କିଛି ନିଷ୍ପତ୍ତି ନିଆଯାଇପାରେ । ମିଳିଥିବା ସୂଚନା ଅନୁସାରେ ଦେଶର ସମସ୍ତ ରାଜ୍ୟକୁ ବୈଠକରେ ଯୋଗ ଦେବା ପାଇଁ କୁହାଯାଇଛି । ସମସ୍ତେ ନିଜନିଜ ରାଜ୍ୟରେ ଦେଖାଯାଇଥିବା ସମସ୍ୟା ଉପରେ ଆଲୋଚନା କରିବା ସହ ନିଜର ମତାମତ ଦେଇପାରିବେ । ମତାମତ ହେବା ପରେ କମିଟି ଆଲେଚନା କରିବ ଓ କଣ କଲେ ତାହାର ସମାଧାନ ହୋଇପାରିବ ସେନେଇ କିଛି ନିଷ୍ପତ୍ତି ମଧ୍ୟ ନିଆଯାଇପାରେ । ତେବେ ଓଡିଶାର ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ବୈଠକରେ ଯୋଗଦେବେ ବୋଲି ଜଣାପଡିଛି । ରାଜ୍ୟରେ ୨୦୧୭ ମସିହାରେ ଏକକ ଟିକସ ବ୍ୟବସ୍ଥା କେନ୍ଦ୍ର ସରକାର ଲାଗୁ କରିଛନ୍ତି । ଏହା ଲାଗୁ ହେବାପରେ ସମସ୍ତ ରାଜ୍ୟରେ ଗୋଟିଏ ଟିକସ କାର୍ଯ୍ୟକାରୀ ହେଉଛି ।