ଦୀର୍ଘ ବର୍ଷର ପ୍ରତିକ୍ଷା ପରେ ଆଜି ଖୋଲିବ ବମିଖାଲ ଓଭରବ୍ରିଜ୍ । ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବମିଖାଲ-ସହିଦନଗର ଓ ସହିଦନଗର- ରସୁଲଗଡକୁ ହେବ ଯିବାଆସିବା

237

କନକ ବ୍ୟୁରୋ: ରାଜଧାନୀବାସୀଙ୍କ ଦୀର୍ଘ ପ୍ରତିକ୍ଷା ପରେ ଆଜି ଖୋଲିବ ବମିଖାଲ ଫ୍ଲାଏ ଓଭର । ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବ୍ରିଜକୁ ଉଜ୍ୱଳ ଆଲୋକମାଳା ସାଙ୍ଗକୁ ସମସ୍ତ କାର୍ଯ୍ୟକୁ ଶେଷ ସ୍ପର୍ଶ ଦିଆଯାଇଛି ।

ପ୍ରାୟ ୪୪କୋଟି ଟଙ୍କା ବ୍ୟୟରେ ଦୀର୍ଘ ୭ବର୍ଷ ହେଲା ନିର୍ମାଣ ହୋଇଥିବା ଏହି ଫ୍ଲାଏ ଓଭର କାର୍ଯ୍ୟକ୍ଷମ ହେଲେ ସହିଦନଗର ଲେଭର କ୍ରସିଂ ଉଚ୍ଛେଦ ହେବ । ଏହି ଫ୍ଲାଏଓଭର ଦେଇ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡକୁ ଆସି ହେବ । ଏହି ଫ୍ଲାଏ ଓଭର ୱାନ୍ ୱେ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଏନେଇ କିଛି ଅସନ୍ତୋଷ ଦେଖାଦେଇଛି।