ଓଡିଶା ଆସୁଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ । ଭୁବନେଶ୍ୱର ଆଇଆଇଟିର ସମାବର୍ତନ ଉତ୍ସବରେ ସାମିଲ ହେବେ, ଚନ୍ଦ୍ରଯାନକୁ ନେଇ କଣ କହିବେ ତାହା ଉପରେ ରହିଛି ନଜର

467

କନକ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ ଶିବନ । ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତନ ଉତ୍ସବରେ ସେ ମୁଖ୍ୟ ଅତିଥୀ ଭାବେ ଯୋଗଦେବେ ଏହି ମହାକାଶ ବିଜ୍ଞାନୀ । ଏହି ଅବସରରେ ଆଇଆଇଟିରେ ଦୀକ୍ଷାନ୍ତ ଭାଷଣ ଦେବେ ।

ଚନ୍ଦ୍ରଯାନ-୨ ଅଭିଯାନର ମୁଖ୍ୟ ଥିବା କେ ଶିବନଙ୍କୁ ପାଖରେ ପାଇବା ଏବଂ ତାଙ୍କଠାରୁ କିଛି ଶୁଣିବା ପାଇଁ ଆଇଆଇଟିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଜଟଣୀ ଅରୁଗୁଳ ସ୍ଥିତ କ୍ୟାମ୍ପସରେ ପୂର୍ବାହ୍ନ ୧୧ଟାର ହେବାକୁ ଥିବା ଏହି ଉତ୍ସବରେ ୩ ଜଣଙ୍କୁ ସ୍ୱର୍ଣ୍ଣ ପଦକଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ । କାର୍ଯ୍ୟକ୍ରମ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।