ଆଜି ଓଡିଶା ଜେଇଇ :୨୧ଟି ସହରର ୮୮ କେନ୍ଦ୍ରରେ ହେବ ପରୀକ୍ଷା

28

କନକ ବ୍ୟୁରୋ : ଆଜି ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୨୧ଟି ସହରର ୮୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ତିନିଟି ସିଟିଂରେ ମୋଟ୍ ୫୨ ହଜାର ୫୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଓଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି ସବୁ ପରୀକ୍ଷାକେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ସିଟିଂ ସକାଳ ୯ଟାରୁ ଆରମ୍ଭ ହେବ ।

ଏମବିଏ, ଲେଟେରାଲ ଏଂଟ୍ରି, ବିଟେକ୍ , ଏମସିଏ, ଲେଟେରାଲ ଏମସିଏ ଓ ଏଗ୍ରୀକଲଚର ଡିପାର୍ଟମେଂଟ ପାଇଁ ପ୍ରବେଶିକା ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ବେଳେ ପରୀକ୍ଷା ଫଳ ଜୁନ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ । ଏହି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ତୁଷାରକାନ୍ତ ନାଥ ।

ଦେଖନ୍ତୁ ଏହି ଭିଡିଓ –