ମୁଖ୍ୟମନ୍ତ୍ରୀଙ୍କ ମାରଥନ ଗସ୍ତ । ଆଜି ପୁରୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ

133
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ । ଗତ କିଛି ଦିନ ହେବ ବିଭିନ୍ନ ଜିଲ୍ଲା ବୁଲି କୋଟି କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁରୀ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ୍ ଓ ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । କଣାସରେ ୨ଶହ ୫୧ କୋଟିର ୧୨ଟି ପ୍ରକଳ୍ପର ଉଦଘାଟନ୍ ଓ ଭିତିପ୍ରସ୍ତର ସ୍ଥାପନ କରାଯିବ । ନିବନିର୍ମିତ  ସତ୍ୟବାଦୀ ତହସିଲ କାର୍ଯ୍ୟାଳୟର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।
google

ସେହିପରି ବ୍ରହ୍ମଗିରିରେ ୨ଶହ ୭୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯବି । ଏହି ସବୁ ପ୍ରକଳ୍ପ ଭିତରେ ରହିଛି ପୋଲ, ରାସ୍ତା, ଆଦର୍ଶ ବିଦ୍ୟାଳୟ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ବ୍ରହ୍ମଗିରିରେ ୪ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ନବୀନ ପଟ୍ଟନାୟକ ।