ନାଇଜରରେ ପଢିବା ପାଇଁ ଆଜି ପ୍ରବେଶିକ ପରୀକ୍ଷା : ଦେଶର ୫୯ଟି ସହରରେ ପରୀକ୍ଷା ଦେଉଛନ୍ତି ୬୮ ହଜାରରୁ ଅଧିକ ଛାତ୍ରଛାତ୍ରୀ

2

କନକ ବ୍ୟୁରୋ : ନାଇଜରରେ ପଢିବା ପାଇଁ ଆଜି ପ୍ରବେଶିକ ପରୀକ୍ଷା । ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି । ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ଦେଶର ୫୯ଟି ସହରରେ ୧୨୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬୮ ହଜାର ଆବେଦନକାରୀ । ଓଡିଶାରୁ ୧୬ ହଜାର ୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ ୮ ହଜାର ୩୯୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏଥିପାଇଁ ଭୁବନେଶ୍ୱରରେ ୧୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଭୁବନେଶ୍ୱର ସହ କଟକ, ବାଲେଶ୍ୱର,ବଲାଙ୍ଗୀର ,କୋରାପୁଟ, ସମ୍ବଲପୁର ଓ ରାଉରକେଲାରେ ମଧ୍ୟ ପରୀକ୍ଷା କରାଯାଉଛି ।

Comments are closed.