ଆଜି ସମ୍ପୂର୍ଣ୍ଣ ଭାରତ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ ! ବସ ଚଳାଚଳ ବନ୍ଦ, ସୀମା ସିଲ କରି ପୋଲିସ ଚଳାଇଛି କମ୍ବିଂ ଅପରେସନ

ଆଜି ସଂପୂର୍ଣ୍ଣ ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ

135

କନକ ବ୍ୟୁରୋ : ଆଜି ସଂପୂର୍ଣ୍ଣ ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ। କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ ବିରୋଧ କରି ସପ୍ତାହେ ହେଲା ନକ୍ସଲ ସମାଧାନ ବିରୋଧୀ ସପ୍ତାହ ପାଳନ କରୁଥିଲେ। ଏହି ସମୟରେ ମାଲକାନଗିରି ଜିଲ୍ଲାରେ ଏକାଧିକ ହିଂସାକାଣ୍ଡ ସାଙ୍ଗକୁ ପ୍ରଜାମେଳି ବି ନକ୍ସଲ କରିଛନ୍ତି। ବିଶେଷ କରି ମାଲକାନଗିରି ସମେତ ଛତିଶଗଡ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଯାନବାହାନକୁ ଟାର୍ଗେଟ କରିଛନ୍ତି। ମାଲକାନଗିରି ଜିଲ୍ଲା ମହୁପଦର ଅଂଚଳରେ ଗୋଟିଏ ଘରୋଇ ବସକୁ ନିଆଁ ଲଗାଇ ପୋଡି ଦେଇଥିଲେ।

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ମାଲକାନଗିରି ପୁଲିସ ସୀମାକୁ ସିଲ କରିଦେବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି। ମଙ୍ଗଳବାରର ଘଟଣା ପରେ ପୁଲିସ ସଜାଗ ହୋଇଯାଇଛି। ବିଏସଏଫ ତରଫରୁ ମଧ୍ୟ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଇଛି। ମାଲକାନଗିରି ଜିଲ୍ଲାକୁ ଯାଉଥିବା ସମସ୍ତ ଘରୋଇ ବସବନ୍ଦ ହୋଇଯାଇଛି।