ନିର୍ବାଚନ ପ୍ରଚାର ପାଇଁ ଆଜି ଅବିଭକ୍ତ କୋରାପୁଟ ଗସ୍ତରେ ଯିବେ ନବୀନ । ହାଇଟେକ ବସରେ ରୋଡ ସୋ’ କରିବାର ରହିଛି କାର୍ଯ୍ୟକ୍ରମ

ମୋଦି ଓ ରାହୁଲଙ୍କ ପରେ ଆଜି ଅବିଭକ୍ତ କୋରାପୁଟ ଯାଉଛନ୍ତି ନବୀନ

123

କନକ ବ୍ୟୁରୋ : ମୋଦି ଓ ରାହୁଲଙ୍କ ପରେ ଆଜି ଅବିଭକ୍ତ କୋରାପୁଟ ଯାଉଛନ୍ତି ନବୀନ । ଅବିଭକ୍ତ କୋରାପୁଟରେ ଆଜି ମୁଖ୍ୟମନ୍ତ୍ରୀ ୪ଟି ସାଧାରଣ ସଭାରେ ଉଦବୋଧନ ଦେବେ । ଏଥିସହ ଜୟପୁରରେ ରୋଡ୍ ସୋ କରିବେ । ସ୍ୱତନ୍ତ୍ର ବିମାନରେ ଜୟପୁର ଏୟାରଷ୍ଟ୍ରିପରେ ଓହ୍ଳାଇବା ପରେ ହେଲିକପ୍ଟରରେ ମାଲକାନଗିରି ଯିବେ । ସେଠାରେ ସଭା ସାରି ପଟ୍ଟାଙ୍ଗୀରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ । ପରେ ଲଷ୍ମୀପୁର ଯାଇ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ ନବୀନ । ଅପରାହ୍ନ ୩ଟାରେ କୋରାପୁଟର ଡୁମୁରୀପୁଟ ଠାରେ ନବୀନ ପ୍ରଚାର ସଭା କରିବେ । ପରେ ଜୟପୁରରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା କାର୍ଯ୍ୟକ୍ରମ । ଜୟପୁରରେ ନବୀନ କରିବେ ରୋଡ୍ ସୋ ।

image courtesy – www.news18.com

ଏଥିପାଇଁ ଜୟପୁରରେ ପହଁଚିସାରିଛି ମୁଖ୍ୟମନ୍ତ୍ରୀଙ୍କ ପାଇଁ ହାଇଟେକ୍ ବସ୍ । ତେବେ ନବୀନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନବୀନଙ୍କ ଗସ୍ତରେ ଯେପରି କୌଣସି ତ୍ରୁଟି ନ ରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ପୂର୍ବରୁ ଗତ ବୁଧବାର ବ୍ରହ୍ମପୁରରେ ନବୀନ ରୋଡ ସୋ’ କରିଥିଲେ । ପାଖାପାଖି ୫ ଘଣ୍ଟା ସେଠାରେ ରୋଡ ସୋ’ କରିଥିଲେ । ରାସ୍ତାରେ ବିଭିନ୍ନ ପାଶ୍ୱର୍ରେ ଛିଡାହୋଇ ଥିବା ଲୋକଙ୍କ ଅଭବାଦନ ମଧ୍ୟ ଗ୍ରହଣ କରିଥିଲେ ।