ଆଜି ପବିତ୍ର ନନ୍ଦ ଉତ୍ସବ । ମଧ୍ୟରାତ୍ରରେ କଂସର ବନ୍ଦୀଶାଳାରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଶ୍ରୀକୃଷ୍ଣ, ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି

341

କନକ ବ୍ୟୁରୋ : ଆଜି ପବିତ୍ର ନନ୍ଦ ଉତ୍ସବ । ମଧ୍ୟରାତ୍ରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମହାପ୍ରଭୁ ଶୀକୃଷ୍ଣ । କଂସର ବନ୍ଦୀଶାଳାରେ ମାତା ଦେବକୀଙ୍କ ଗର୍ଭରୁ ଧରାପୃଷ୍ଠରେ ପାଦ ଦେଇଛନ୍ତି ମହାପ୍ରଭୁ । କଂସର ନିପାତ କରି ଅଧର୍ମର ନାଶ ପାଇଁ ଧରାଧାମକୁ ଓହ୍ଲାଇଛନ୍ତି ଶ୍ରୀକୃଷ୍ଣ । ପିତା ବସୁଦେବ ବନ୍ଦୀଶାଳାରୁ ପୁତ୍ର କୃଷ୍ଣଙ୍କୁ ନେଇ ଗୋପପୁରରେ ପହଂଚିଛନ୍ତି । କୃଷ୍ଣଙ୍କ ଆଗମନ ପରେ ଆଜି ଗୋପପୁରରେ ନନ୍ଦ ଉତ୍ସବ ପାଳିତ ହେବ । ଜନ୍ମାଷ୍ଟମୀ ଅବସରରେ ମନ୍ଦିରମାନଙ୍କରେ ଭକ୍ତଙ୍କ ସମାଗମ ହୋଇଛି । ଭୁବନେଶ୍ୱର ଇସ୍କନ ମନ୍ଦିରରେ ଭକ୍ତଙ୍କ ଗହଳି ଜମିଥିଲା । ଭଜନ କିର୍ତନ ସହ ହରିବୋଲ ଧ୍ୱନୀରେ ଭାବମୟ ହୋଇଉଠିଥିଲା ପରିବେଶ ।

source : google

ସେହିପରି ଜୟଦେବ ବିହାର ଠାରେ ଥିବା ଶ୍ୟାମ ଧାମ ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି । ସତସଂଙ୍ଗ ସହିତ ଭଜନ କୀର୍ତନ ସହ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା । ସେହପରି ଦେଶର ବିଭିନ୍ନ ଜାଗାରେ କୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଛି । ମଥୁରାରେ ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି । ଏହି ଅବସରରେ ରାସଲୀଳା ବା କୃଷ୍ଣଲୀଳା ମଧ୍ୟ ଆୟୋଜିତ ହୋଇଛି । କେତେକ ସ୍ଥାନରେ ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ କରାଯାଇଛି । ବାରଣାସୀରେ ଜନ୍ମାଷ୍ଟମୀ ଅବସରେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଥିଲେ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ ।