ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ : ୪ ଘଂଟା ବିଳମ୍ବରେ ଚାଲିଛି ସ୍ୱତନ୍ତ୍ର ନୀତି

32

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଶ୍ରୀଜିଉଙ୍କ ନବଯୌବନ ପ୍ରାପ୍ତି ପରେ ହେବ ଏହି ଦର୍ଶନ । ତେବେ ୪ ଘଂଟା ବିଳମ୍ବରେ ଚାଲିଛି ନୀତି । ଦୀର୍ଘଦିନ ଅଣସର ଘରେ ରହିବା ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଜୀଉଙ୍କ ନବଯୌବନ ପାଇଁ ଅଣସର ପିଣ୍ଡିରେ ସମସ୍ତ ପ୍ରସ୍ତୁତି ସରିଛି ।

ଗତକାଲି ଶ୍ରୀଜିଉଙ୍କ ବନକଲାଗି ହେବା ସହ ଏହି କାମ ଶେଷ ହୋଇଛି । ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସରିବା ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି । ଆଜି ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।