ମାଡି ଆସୁଛି ମୋରା ! ବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ, ଆଜି ବାଙ୍ଗଲାଦେଶରେ ଛୁଇଁବ ଉପକୂଳ

43

କନକ ବ୍ୟୁରୋ : ବାଙ୍ଗଲାଦେଶ ଆଡକୁ ମୁହାଁଉଛିି ସାମୁଦ୍ରିକ ଝଡ ମୋରା । ଘଣ୍ଟା ପ୍ରତି ୨୬କିଲୋମିଟର ବେଗରେ ଏବେ ଏହା ଉତ୍ତର-ପୂର୍ବ ଦିଗ ଆଡେ ଗତି କରୁଛି । ଆଜି ଏହା ବାଙ୍ଗଲାଦେଶ ଚିଟାଗଙ୍ଗରେ ମାଡ ହେବା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଝଡ ବର୍ତ୍ତମାନ ପାରାଦ୍ୱୀପ ବନ୍ଦର ଠାରୁ ୫୧୦ କିଲୋମିଟର ଦୂରରେ ରହିଛି ।

ବାତ୍ୟା ବାଙ୍ଗଲାଦେଶ ମୁହାଁ ହେଉଥିଲେ ମଧ୍ୟ ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପାରାଦ୍ୱୀପ ଓ ଗୋପାଳପୁରରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେପଟେ ଆଜି ମୌସୁମୀ କେରଳ ଓ ଉତ୍ତର-ପୂର୍ବାଚଂଳ ଛୁଇଁବାର ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।