ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସକାଳ ୯ଟା ୫୦ ରେ ବଲାଙ୍ଗୀରରେ ପହଞ୍ଚିବେ ମୋଦି

ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

107

କନକ ବ୍ୟୁରୋ : ଆଜି ସକାଳ ୯ଟା ୫୦ରେ ବଲାଙ୍ଗୀରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ଗସ୍ତପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଏଥିପାଇଁ ରେଳ ବିଭାଗ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ରେଳ ଷ୍ଟେସନଠାରୁ ପଥରଚେପା ସଭାମଞ୍ଚ ଯାଏଁ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରେ ସବୁ ପ୍ରକାର ପ୍ରସ୍ତୁତି ସରିଛି। ନିର୍ଦ୍ଧାରିତ ହୋଇନଥିଲେ ହେଁ ମୋଦୀ ରୋଡ ସୋ’ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

 

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ସମୁଦାୟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆସିବା ପରେ ପ୍ରଥମେ ରେଳ ଷ୍ଟେସନ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ପରେ ପଥରଚେପାଠାରେ ଦଳୀୟ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।