ପ୍ରଥମ ସୂର୍ଯ୍ୟ କିରଣ ! ଚନ୍ଦ୍ରଭାଗାରେ ବିଶ୍ୱାସର ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

42

କନକ ବ୍ୟୁରୋ: ଆଜି ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀର ଅନ୍ୟନାମ ସୁର୍ଯ୍ୟ ଜୟନ୍ତୀ ବା ଭାନୁ ସପ୍ତମୀ । ମାଘ ସପ୍ତମୀ ସୂର୍ଯ୍ୟଙ୍କୁ ସମର୍ପିତ ଦିନଟିଏ । ମାଘ ମାସର ଶୁକ୍ଲ ପକ୍ଷର ୭ମ ଦିନରେ ଏହା ପାଳନ ହୁଏ । ବିଶ୍ୱାସ ରହିଛି ଚନ୍ଦ୍ରଭାଗାରେ ବୁଡ ପକାଇବା ଦ୍ୱାରା ସବୁ ରୋଗ ଦୂର ହୁଏ । ପବିତ୍ର ଗଙ୍ଗାରେ ଗାଧୋଇବା ଦ୍ୱାରା ଯାହା ପୁଣ୍ୟ ମିଳେ ଏହିଦିନ ତାହା ମିଳିଥାଏ ।ଦକ୍ଷିଣ ଭାରତରେ ସୁର୍ଯ୍ୟଙ୍କ ଜୟନ୍ତୀ ଭାବେ ଏହାକୁ ପାଳନ କରାଯାଏ ।

କିମ୍ବଦନ୍ତୀ ଅନୁସାରେ ଭଗବାନ କୃଷ୍ଣଙ୍କ ପୁତ୍ର ଶାମ୍ବ ନିଜ ରୁପକୁ ନେଇ ଗର୍ବ କରୁଥିଲେ ।ଦିନେ ସେ ନାରଦ ମୁନିଙ୍କୁ କଟାକ୍ଷ କରିଥିଲେ,ଆଉ କୃଷ୍ଣ ଦେଇଥିଲେ ଅଭିଶାପ । ଏହାପରେ କୃଷ୍ଣ ଶାମ୍ଭଙ୍କୁ ସୁର୍ଯ୍ୟ ପୁଜା କରିବାକୁ କହିଥିଲେ । ଶାମ୍ବ ୧୨ ବର୍ଷ ଧରି ସୁର୍ଯ୍ୟଙ୍କ ପୁଜା କରିଥିଲେ । ଏହାପରେ ସୁର୍ଯ୍ୟ ଶାମ୍ବଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଚନ୍ଦ୍ରଭାଗାରେ ସ୍ନାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶାମ୍ଭଙ୍କ କୁଷ୍ଠ ରୋଗ ଭଲ ହୋଇଥିଲା ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସତ୍ୟପା ସୁର୍ଯ୍ୟଙ୍କୁ ତପସ୍ୟା କରିଥିଲେ, କିନ୍ତୁ ସୁର୍ଯ୍ୟ ଦର୍ଶନ ଦେଇନଥିଲେ, ଦିନେ ଅର୍କଦୈ÷ତ୍ୟ ରାକ୍ଷସ ସତ୍ୟପାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବାବେଳେ ସୁର୍ଯ୍ୟଦେବତା ତାଙ୍କୁ ରୋକିଥିଲେ । ସେଦିନ ଥିଲା ମାଘ ଶୁକ୍ଲ ପକ୍ଷ ଷଷ୍ଠୀ ତିଥୀ । ଏହାକୁ ସ୍ମୃତିଚାରଣ କରି ଶ୍ରଦ୍ଧାଳୁମାନେ ସୁର୍ଯ୍ୟୋଦୟ ପୁର୍ବରୁ ଚନ୍ଦ୍ରଭାଗାରେ ବୁଡ ପକାନ୍ତି । ଆଦିକବି ଶାରଳା ଦାସ ଏହାକୁ ଲକ୍ଷ୍ୟକରି ଲେଖିଛନ୍ତି–“ସପ୍ତମୀ ପ୍ରାତକାଳେ ମଉଦଧିରେ ସ୍ରାହାନ, ଚନ୍ଦ୍ରଭାଗାୟେ ସ୍ଥାନେ ଅର୍କବଟ ଯେ ଦର୍ଶନ, ଶ୍ରୀ କୋଣାର୍କ ତୀର୍ଥ ନାମ ଯେଉଁଣ ତୀର୍ଥ ଗୋଟି, ୟେହାକଇଁ ସମାନ ନୁହଁଇ ତୀର୍ଥ କୋଟି” ।

ଶାରଳା ଦାସ ଆହୁରି ଲେଖିଛନ୍ତି କୋଟିଏ ଗୋଧନ ଓ କୋଟିଏ ଅଶ୍ୱଗଜ ଦାନ କଲେ ଯେଉଁ ପୂଣ୍ଣ୍ୟ ମିଳିଥାଏ ତାହାଠାରୁ ଅଧିକ ପୂଣ୍ଣ୍ୟ ଏଠି ବୁଡ ପକାଇ ସୂର୍ଯ୍ୟଙ୍କୁ ଦର୍ଶନ କଲେ ମିଳିଥାଏ । ଏହି ବିଶ୍ୱାସ ଅନୁଯାୟୀ ଆଜି ହଜାର ହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-