ସରିଲା ଦଶହରା, ଆଜି ମେଲାଣି ନେବେ ମା’ ଦୁର୍ଗା । ଭସାଣ ଉତ୍ସବ ପାଇଁ କଟକରେ ବ୍ୟାପକ ପ୍ରସ୍ତୁତି, ବିସର୍ଜନ ପାଇଁ ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା

ସରିଛି ଦଶହରା । ଆଜି ମା’ଙ୍କ ବିଦାୟୀ ପର୍ବ

372

କନକ ବ୍ୟୁରୋ : ସରିଛି ଦଶହରା । ଆଜି ମା’ଙ୍କ ବିଦାୟୀ ପର୍ବ । ଆଜି ମେଲାଣି ନେବେ ମା’ ଜଗତଜନନୀ । ଦୁଗାପୂଜା ଭସାଣୀ ନେଇ କଟକରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ପୁଲିସ୍, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପକ୍ଷରୁ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସହରର ବିଭିନ୍ନ ସ୍ଥାନରେ ପୁଲିସର ୪୦ଟି ଆଉଟପୋଷ୍ଟ କରାଯାଇଛି । ଏହାସହ ଭିଡ଼ ଭିତରେ ବିଶୃଙ୍ଖଳା ରୋକିବାକୁ ୨ଟି ରାପିଡ ଆକ୍ସନ ଫୋର୍ସ ସମେତ ୫୭ ପ୍ଲାଟୁନ ପୋଲିସ୍ ଫୋର୍ସ ସହରରେ ମୁତୟନ ହୋଇଛନ୍ତି ।

Visarjan ceremony of durgaଏହାସହ ଭିଡ଼ ଭିତରେ ପକେଟମାର, ଚେନ୍ ଲୁଟେରାଙ୍କ ଉପରେ ନଜର ରଖିବାକୁ ସାଦା ପୋଷାକଧାରୀ ପୁଲିସ୍ କର୍ମଚାରୀ ମୁତୟନ ହୋଇଛନ୍ତି । ଏସବୁ ବ୍ୟବସ୍ଥାକୁ ନିଜେ ଡିସିପି ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରୁଛନ୍ତି । ଭସାଣ ଉତ୍ସବ ପାଇଁ ଦିନ ୧୧ଟାରୁ ସହରରେ ଟ୍ରାଫିକ କଟକଣା ଜାରି କରିବାକୁ ପୁଲିସ୍ ପକ୍ଷରୁ ସ୍ଥିର କରାଯାଇଛି । ମୂର୍ତିମାନଙ୍କ ବିସର୍ଜନ ପାଇଁ ଦେବୀଗଡ଼ାରେ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି । ସହରର ସମସ୍ତ ମେଢ଼ ବିଭିନ୍ନ ସାହି ପରିକ୍ରମା କରି ଗୌରୀଶଙ୍କର ପାର୍କ ସାମ୍ନା ରାସ୍ତା ଦେଇ ଦେବୀଗଡ଼ାକୁ ଯିବାର ବ୍ୟବସ୍ଥା କରାଯାଇଛି ।