ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ଶେଷକୃତ୍ୟ ଆଜି : ଜନ୍ମମାଟି ଗଡରୋଡଙ୍ଗରେ ହେବ ଅନ୍ତ୍ୟେଷ୍ଟି

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଆଜି ଶେଷକୃତ୍ୟ ହେବ । ପୈତୃକ ଗାଁ ଗଡରୋଡଙ୍ଗରେ ତାଙ୍କର ଅନ୍ତ୍ୟେଷ୍ଟି କରାଯିବ । ଏହା ପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ସରକାରୀ ବାସଭବନରୁ ପ୍ରଥମେ କଂଗ୍ରେସ ଭବନ ଓ ପରେ ବିଧାନସଭାକୁ ନିଆଯିବ । ସେଠାରେ ଅନ୍ତିମ ଦର୍ଶନ କରିବେ ନେତା, ମନ୍ତ୍ରୀ । ବ୍ରହ୍ମଗିରି ବିଧାନସଭା ଆସନରୁ ତିନି ତିନିର ନିର୍ବାଚିତ ହୋଇଥିଲେ ଲୁଲୁ ମହାପାତ୍ର ।

ବିଧାନସଭାରେ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯିବ । ଭୁବନେଶ୍ୱର ସରକାରୀ ବାସଭବନରେ ଦିବଙ୍ଗତ ନେତାଙ୍କ ଅନ୍ତିମ ଦର୍ଶନ କରୁଛନ୍ତି ହଜାର ହଜାର ସମର୍ଥକ । ଲୁଲୁଙ୍କ ଶେଷ ଦର୍ଶନ ପାଇଁ ଶୁଭେଚ୍ଛୁଙ୍କ ଭିଡ ଲାଗିରହିଛିି । ନେତା ଓ କର୍ମୀ ସମସ୍ତେ ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଂଜଳି ଦେଇଛନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ୬ଟାରେ ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଥିଲା ଲୁଲୁଙ୍କ ପାର୍ଥିବ ଶରୀର ।