ଗଂଜାମ ପ୍ରଶାସନର ‘ମଧୁ’ ଆପ । ପଞ୍ଚମରୁ ଦଶମ ଶ୍ରେଣୀ ଯାଏଁ ପାଠପଢାରେ ସହାୟକ ହେବ ଏହି ଆପଲିକେସନ

ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ହୋଇଛି ପାଠପଢା: ଗଂଜାମରେ ସଫଳ ହେବା ପରେ ଅନ୍ୟ ଜିଲ୍ଲାରେ ହେବ ଲାଗୁ

751

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆପର ଉନ୍ମୋଚନ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ଏଭଳି ଏକ ବୈଷୟିକ ପ୍ରଯୁକ୍ତି ବିଦ୍ୟା କୌଶଳକୁ ପ୍ରସ୍ତୁତ କରିଛନ୍ତି । ମଧୁସୂଧନ ଦାସଙ୍କ ନାମରେ ଏହି ଆପର ନାମକରଣ କରାଯାଇଛି । ମାତୃଭାଷା ଆଧାରିତ ଭର୍ଚୁଆଲ କ୍ଲାସ୍-ରୁମ୍ ଅନୁଭୂତି ପାଇପାରିବେ ଛାତ୍ରଛାତ୍ରୀ । ପଢ଼ା ବହିରେ ଥିବା ପଢ଼ା ବିଷୟର ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଥିବାରୁ ରେକର୍ଡ କରାଯାଇଛି । ଏଥି ସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତର ମଧ୍ୟ ବିଷୟ ଅନୁସାରେ ରହିବ ।

ଛାତ୍ରଛାତ୍ରୀମାନେ ଗୁଗଲ ପ୍ଲେ-ଷ୍ଟୋରକୁ ଯାଇ ଏହି ଆପ୍ ଡାଉନ ଲୋଡ୍ କରିପାରିବେ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସରେ ପଞ୍ଜିକରଣ କରି ବହି ପାଠକୁ ଡିଜିଟାଲ ପଦ୍ଧତିରେ ପଢ଼ିପାରିବେ । ପଂଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହି ଆପ୍ ସହାୟକ ହେବ । ଏହି ଆପ୍ ସହାୟତାରେ ଛାତ୍ରଛାତ୍ରୀମାନେ ମୋବାଇଲରେ ସମ୍ପୃକ୍ତ ବିଷୟକକୁ ପୁଣି ଥରେ ପଢ଼ିପାରିବେ ।

ଏହା ସହ ପାଠ୍ୟକ୍ରମ ଶେଷ ହେବା ପରେ ପ୍ରଶ୍ନୋତର ଅଭ୍ୟାସ କରିବାର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାର ଉତର ଲେଖି ତାହା ଠିକ୍ କି ଭୁଲ ଏବଂ କେତେ ମାର୍କ ପାଇବେ ତାହା ଜାଣିପାରିବେ । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ନେବା ପରେ ପ୍ରଥମେ ୱାଟର ବେଲ୍ ପରେ ମଧୁ ଆପ୍ ଲଂଚ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତିି ।