୮୮ ବର୍ଷରେ ପାଦ ଦେଲେ ସୁର ସାମ୍ରାଜ୍ଞୀ ଲତା ! ନିଜ ସଙ୍ଗୀତରେ ଲୋକଙ୍କ ମନରେ ଜାଗ୍ରତ କରିଥିଲେ ଦେଶପ୍ରେମ
ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଜି ୮୮ ବର୍ଷରେ ପାଦ ଦେଇଛନ୍ତି । ଇନ୍ଦୋରର ଏକ ମରାଠୀ ପରିବାରରେ ଭାରତର ଏହି କୋକିଳକଣ୍ଠୀ, ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ । ସମଗ୍ର ବିଶ୍ୱରେ ଲତା ସୁର ସାମ୍ରାଜ୍ଞୀ ଭାବେ ପରିଚିତ । ପଣ୍ଡିତ ଦୀନନାଥ ମଙ୍ଗେସକରଙ୍କ ବଡ ଝିଅ ଲତା ପ୍ରଥମେ ଅଭିନୟରେ କ୍ୟାରିୟର ଆରମ୍ଭ କରିବାକୁ ମନସ୍ଥ କରିଥିଲେ । ବିଧିର ବିଧାନ କିନ୍ତୁ ଥିଲା ନିଆରା ।
Kanak News is now on WhatsApp
Join and get latest news updates delivered to you via WhatsApp
୧୯୪୫ରେ ପିତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପରାମର୍ଶରେ ମୁମ୍ବଇ ଆସି ଗୀତ ଶିଖିବା ସହ ବିଭିନ୍ନ ଚଳଚିତ୍ରରେ ଗାଇବା ଆରମ୍ଭ କରିଥିଲେ । ସୁର ସାମ୍ରାଜ୍ଞୀ ଲତା ଭାରତ ରତ୍ନ, ପଦ୍ମବିଭୂଷଣ, ଦାଦା ସାହେବ ଫାଲକେ ଆୱାର୍ଡ, ମହାରାଷ୍ଟ୍ର ଭୂଷଣ ଆୱାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଲତା ୨୦ରୁ ଉର୍ଦ୍ଧ ଭାଷାରେ ଗୀତ ଗାଇଛନ୍ତି । ପ୍ରାୟ ୧ହଜାରରୁ ଉଦ୍ଧ୍ୱð ଚଳଚିତ୍ରରେ କଣ୍ଠଦାନ କରିଛନ୍ତି ଲତା ।ଦୀର୍ଘ ୭ ଦଶକ ଧରି ବଲିଉଡରେ ରାଜ କରିଛନ୍ତି ଲତା ।
ଗୀତ ଗାଇବା ସହ ତାଙ୍କର ଆଉ ଏକ ବଡ ଦୁର୍ବଳତା ହେଉଛି କ୍ରିକେଟ ଖେଳ ଦେଖିବା । ଭାରତର ମ୍ୟାଚ ଥିଲେ , ସେ ଯେଉଁଠି ଥିଲେ ମଧ୍ୟ ଦେଖିବାକୁ ଭୁଲି ନଥାନ୍ତି । ଏପରିକି ସଚିନ ତାଙ୍କର ସବୁଠାରୁ ପସନ୍ଦର ଖେଳାଳୀ । ସେହିଭଳି ଭାରତୀୟ ଖାଦ୍ୟ ମଧ୍ୟ ତାଙ୍କର ସବୁଠୁ ପ୍ରିୟ । ବିଦେଶୀ ଖାଦ୍ୟ ଖାଇବାକୁ ଲତା ପସନ୍ଦ କରିନଥାନ୍ତି । ତାଙ୍କର ଲୋକପ୍ରିୟ ସଙ୍ଗୀତଗୁଡିକ ହେଲା ଏ ମେରେ ୱତନ କେ ଲୋଗେଁ…, କୋରା କାଗଜ ଥା ଏ ମନ ମେରା, ୟାରା ସିଲିସିଲି ଇତ୍ୟାଦି । ସମସ୍ତ ପ୍ରକାର ଗୀତ ବୋଲିବାରେ ମାହିର ଥିଲେ ଲତା । କେତେବେଳେ ଦେଶାତ୍ମବୋଧ ଗୀତ ଗାଇ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରୁଥିଲେ ପୁଣି କେତେବେଳେ ରୋମାଣ୍ଟିକ ଗୀତ ଗାଇ ପ୍ରେମୀଯୁୁଗଳଙ୍କ ମନରେ ଏକ ନିଆରା ଛାପ ସୃଷ୍ଟି କରିଥିଲେ ।ବଲିଉଡର ଜଣେ ଭେଟରାନ ସିଙ୍ଗର ଭାବେ ଲତା ବେଶ ନାଁ କମାଇଛନ୍ତି ।