ଅଚଳ ନୋଟ ପାଇଁ ଆଜି ଶେଷ ଦିନ : ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହାର ପାଇଁ ନଭେମ୍ବର ୨୪ ଯାଏଁ ଥିଲା ଅନୁମତି

22

କନକ ବ୍ୟୁରୋ :  ପୁରୁଣା ନୋଟ୍ ପାଇଁ ଆଜି ଡେଡଲାଇନ୍ । ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ବଦଳର ଆଜି ଶେଷ ଦିନ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟକୁ ନଭେମ୍ବର ୨୪ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ବୋଲି ସରକାର ଅନୁମତି ଦେଇଥିଲେ । ଏହି ସମୟସୀମା ଆଜି ଶେଷ ହେଉଛି ।

ସରକାରୀ ଡାକ୍ତରଖାନା, ରେଳ ଟିକେଟ, ସାଧାରଣ ପରିବହନ, ବିମାନ ବନ୍ଦରରେ ଟିକଟ କ୍ରୟ,କ୍ଷୀର ବୁଥ୍,ଶ୍ମଶାନ, ପେଟ୍ରୋଲ ପମ୍ପ, ମେଡିସିନ, ଏଲପିଜି ଗ୍ୟାସ, ରେଳବାଇ କ୍ୟାଟରିଂ, ଜଳ ଓ ବିଦ୍ୟୁତ ବିଲ୍ ଆଦି ପାଇଁ ନଭେମ୍ବର ୨୪ପର୍ଯ୍ୟନ୍ତ ପୁରୁଣା ନୋଟ୍ ବ୍ୟବହାର କରାଯାଇପାରିବ ବୋଲି ସରକାର କହିଥିଲେ। ନଭେମ୍ବର ୮ତାରିଖରେ ପୁରୁଣା ନୋଟ୍ ଅଚଳ ଘୋଷଣା ପରେ ଏହି ଗୁରୁତ୍ୱପୂର୍ଣ୍ଣ କାମରେ ପୁରୁଣା ନୋଟ୍ ବ୍ୟବହାର ନେଇ ଅନୁମତି ଦେଇଥିଲେ ସରକାର ।

ଏହାସହ ଦେଖନ୍ତୁ ଏହି ଭିଡିଓ –