କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣି । ଆଜିଠୁ ସାର୍ବଜନୀନ ଶୁଣାଣି କରିବେ ଅନ୍ତର୍ଜାତୀୟ ନ୍ୟାୟାଳୟ, ପକ୍ଷ ରଖିବେ ଭାରତ ଓ ପାକିସ୍ତାନ

ଆଜିଠାରୁ ଆରମ୍ଭ ହେବ କୁଳଭୂଷଣ ମାମଲାର ଶୁଣାଣି

95
କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବ କୁଳଭୂଷଣ ମାମଲାର ଶୁଣାଣି । ମିଳିଥିବା ସୂଚନା ଅନୁସାରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି । ଆଜି ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ ବୋଲି ସୂଚନା ମିଳିଛି । ପାକିସ୍ତାନୀ ସେନାର ଅଦାଲତ ୨୦୧୯ ମସିହାରେ ଗୁପ୍ତଚର ଓ ଆତଙ୍କବାଦୀ ଅଭିଯୋଗରେ କୁଳଭୂଷଣଙ୍କୁ ଦଣ୍ଡାଦେଶ ଶୁଣାଇଛି ପାକିସ୍ତାନ । ତେବେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତ ଏହାକୁ ବିରୋଧ କରିଥିଲା । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ମାନସିକତା ଓ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାରତ ଆଇସିଜେରେ ଅଭିଯୋଗ କରିଥିଲା । ଏହାପରେ ଆଇସିଜେର ୧୦ ଜଣିଆ ଖଣ୍ଡପୀଠ ପାକିସ୍ତାନର ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । ତେବେ ଭାରତ ପକ୍ଷରୁ ଆଜି ହରିଶ ସାଲଭେ ପ୍ରଥମେ ଯୁକ୍ତି ଉପସ୍ଥାପନ କରିବେ  । ପାକିସ୍ତାନ ପଟୁ ଆସନ୍ତାକାଲି ଯୁକ୍ତି ଉପସ୍ଥାପନ କରାଯିବ  ।

ଉଭୟ ପଟର ଯୁକ୍ତି ଆଧାରରେ ଅନ୍ତର୍ଜାତୀୟ କୋର୍ଟ ରାୟ ଦେବେ  । ୨୦୧୭ରେ ଭାରତୀୟ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ସାମରିକ କୋର୍ଟ କୂଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା  । ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ କୋର୍ଟକୁ ଯାଇଥିଲା  । ଭାତୀୟ ନୌସେନାର ପୂର୍ବତନ ଅଧିକାରୀ କୂଳଭୂଷଣ ଇରାନ ଯାଇଥିବା ବେଳେ ପାକିସ୍ତାନ ତାଂକୁ ସେଠାରୁ ଅପହରଣ କରିନେଇଥିଲା  । ତେବେ କୂଳଭୂଷଣଙ୍କ ବିରୋଧରେ ପାକିସ୍ତାନ ଗୁପ୍ତଚର ଅଭିଯୋଗ ଲଗାଇ ଗିରଫ କରିଛି ।  ବର୍ତମାନ ସମୟରେ ଯେପରି ଭାବରେ ପାକିସ୍ତାନ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଛି ଓ ପାଖାପାଖି ମୋଟ ୪୫ ଜଣ ଯବାନ ସହିଦ ହେଲେଣି ଠିକ ଏହି ସମୟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହେବାକୁ ଥିବାରୁ ସାରା ଦେଶର ଏହି ମାମଲା ଉପରେ ରହିଛି ନଜର ।

Comments are closed.