ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । ଜଳାଶୟ ନିକଟରେ ଆ କା ମା ବୈ ଧ୍ୱନି । ବିନ୍ଦୁସାଗର ଓ ମହୋଦଧିରେ ଡ଼ଙ୍ଗା ଭସାଇଲେ ଶ୍ରଦ୍ଧାଳୁ

138

କନକ ବ୍ୟୁରୋ: ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପବିତ୍ର କାର୍ତ୍ତିକ ପୂଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭୋରରୁ ବୋଇତ ବନ୍ଦାଣ ସହ ସହ ଡ଼ଙ୍ଗା ଭସାଣ ପର୍ବ ହୋଇଛି । ଆ କା ମା ବୈ ଧ୍ୱନିରେ ପୂରା ପରିବେଶ କମ୍ପି ଉଠିଛି । ଭୁବନେଶ୍ୱରର ବିନ୍ଦୁ ସାଗରରେ ମଧ୍ୟରାତ୍ରିରୁ ଏଥିପାଇଁ ଭିଡ଼ ଲାଗିଥିଲା । ଲୋକେ ବୋଇତ ଭସାଣ କରି ଐତିହ୍ୟକୁ ମନେପକାଇଥିଲେ । ଡ଼ଙ୍ଗାରେ ପାନ ପତର ସହ ଗୁଆ ରଖି, ଦୀପ ଜାଳି ଭସାଯାଇଛି । ଡ଼ଙ୍ଗା ଭସାଣକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । କୁଆଖାଇ ଓ ଦୟାନଦୀ କୂଳରେ ବି ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପ୍ରଶାସନ ପକ୍ଷରୁ ମଧ୍ୟ ବିନ୍ଦୁସାଗରରେ ବୋଇତ ବନ୍ଦାଣ ବୋଇତ ବନ୍ଦାଣ ପାଳନ ହୋଇଛି ।

ସେହିଭଳି ପୁରୀରେ ବି ଆଜି ବୋଇତ ବନ୍ଦାଣ ଭସାଣ ହୋଇଛି । ଆଜି କାର୍ତ୍ତିକ ମାସର ଶେଷ ଦିନ ହୋଇଥିବାରୁ ବେଳାଭୂମିରେ ହଜାର ହଜାର ଭକ୍ତ ବୋଇତ ଭସାଇଛନ୍ତି । ଆଜି ପଂଚୁକ ବ ସରୁଛି । ତେଣୁ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଛି । ସକାଳୁ ସକାଳୁ ମହୋଦଧିରେ ଭକ୍ତମାନେ ବୋଇତବନ୍ଦାଇ ଉତ୍କଳୀୟ ଐତିହ୍ୟକୁ ମନେପକାଇଛନ୍ତି । ଅନ୍ୟପଟେ କଟକ ମହାନଦୀରେ ବି ବୋଇତ ବନ୍ଦାଣ ଭତ୍ସବ ହୋଇଛି ଉତ୍କଳୀୟ ପରମ୍ପରାକୁ ମନେପକାଇବା ଲାଗି ମହାନଦୀ ପଠାରେ ହଜାର ହଜାର ଲୋକଙ୍କ ଭିଡ ଲାଗିରହିଥିଲା । ମହାନଦୀରେ ଡ଼ଙ୍ଗା ଭସାଣକୁ ଶାନ୍ତିଶୃଙ୍ଖଳାର ସହ କରିବା ଲାଗି ପ୍ରଶାସନ ପକ୍ଷରୁ ବି ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ଗଞ୍ଜାମର ଗୋପାଳପୁରରେ ବି ଆଜି ସକାଳୁ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ଭିଡ଼ ଲାଗିଛି । ବ୍ରହ୍ମପୁର ଓ ଆଖାପାଖ ଅଂଚଳର ଲୋକେ ଭିଡ଼ ଜମାଇଥିଲେ । ସେହିଭଳି ବାଲେଶ୍ୱରରେ ବି ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି । ସୋ’ର ବ୍ଲକ ମାଣିତ୍ରୀ ଗାଁରେ କିଛି ପିଲା ୧୩୭ ଫୁଟ ଲମ୍ବର ଡଙ୍ଗାକୁ ଭସାଇଛନ୍ତି । ଏହି ଗାଁର ମଦନ ମୋହନ ଯୁବକ ସଂଘ ଦୀର୍ଘ ୧୨ ବର୍ଷ ଧରି ଏହି ଭସାଣ ଉତ୍ସବ କରିଆସୁଛନ୍ତି । ଏହାକୁ ଦେଖିବା ଲାଗି ଆଖାପାଖ ଲୋକ ଭିଡ଼ ଜମାଇଛନ୍ତି । ଏହି ସହ ଏହି ରାସ୍ତାରେ ଆକର୍ଷଣୀୟ ମୁରୁଜ ପ୍ରତିଯୋଗିତା କରିଛନ୍ତି ।