ଆୟକର ରିଟର୍ଣ୍ଣ ଦାଖଲର ଆଜି ଶେଷ ଦିନ ! ଶନିବାର ହେବା ସତ୍ୱେ ଖୋଲା ରହିବ କାର୍ଯ୍ୟାଳୟ

33

କନକ ବ୍ୟୁରୋ: ଆୟକର ପୈଠ କରିବାର ଆଜି ଶେଷ ଦିନ । ଶନିବାର ହୋଇଥିଲେ ମଧ୍ୟ ଆଜି ସମସ୍ତ ଆୟକର ବିଭାଗ କାର୍ଯ୍ୟାଳୟ ଖୋଲା ରହିବ । ଆୟକର ପୈଠ କରିବାର ଶେଷ ତାରିଖ ଜୁଲାଇ ୩୧ ଥିଲା । କିନ୍ତୁ ଅନେକ ଆୟକର ଦାତା ଆୟକର ଦାଖଲ କରି ପାରିନଥିବା ଜଣାପଡିବା ପରେ ଆୟକର ବିଭାଗ ପକ୍ଷରୁ ପୁଣି ଅବଧି ବଢ଼ାଇଥିଲେ ।

ସରକାର ଏହାକୁ ଅଗଷ୍ଟ ୫ ତାରିଖ ଯାଏଁ ବଢାଇଥିଲେ । ତେବେ ଏହି ଅବଧିକୁ ଆଉ ବୃଦ୍ଧି କରାଯିବନି ବୋଲି ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ ଆଜି ଚଳିତ ବର୍ଷ ପାଇଁ ଶେଷ ସୁଯୋଗ ଭାବେ ଆୟକର ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।