ହିନ୍ଦୀ ଫିଲ୍ମ ଜଗତର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଆଜି ଜନ୍ମ ଦିନ : ଆସନ୍ତୁ ପୁଣିି ଥରେ ତାଙ୍କୁ ମନେ ପକାଇବା

75

ବଲିଉଡ୍ ଆକ୍ଟର, ଡିରେକ୍ଟର୍, ପ୍ରଡ୍ୟୁସର୍, ସ୍କ୍ରିନପ୍ଲେ ରାଇଟର୍, କମ୍ପୋଜର୍, ଲିରିସିଷ୍ଟ ଏବଂ ଲେଜେଣ୍ଡ୍ରି ପ୍ଲେ ବ୍ୟାକ୍ ସିଙ୍ଗର୍ କିଶୋର୍ କୁମାରଙ୍କ ଆଜି ହେଉଛି ଜନ୍ମ ଦିନ । କିଶୋର୍ କୁମାର୍ ହିନ୍ଦୀ ଫିଲ୍ମ ଜଗତର ଜଣେ ସଫଳ ଗାୟକ ଭାବେ ଜଣା ଯାଆନ୍ତି ।

କିଶୋର୍ କୁମାର୍ ବା ଆଭାଷ କୁମାର୍ ଗାଙ୍ଗୁଲୀ । ୪ ଅଗଷ୍ଟ ୧୯୨୯ରେ ଖଣ୍ଡୱା ଜିଲ୍ଲାରେ ଏକ ବଙ୍ଗାଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ନିଜ ୪ଜଣ ଭାଇ ଭଉଣୀଙ୍କ ମଧ୍ୟରେ କିଶୋର କୁମାର୍ ସବୁଠାରୁ ସାନ ଥିଲେ । ବଡ ଭାଇ ଅଶୋକ କୁମାର୍ ହିନ୍ଦୀ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିବା ପରେ, ସାନ ଭାଇ ମଧ୍ୟ ହିନ୍ଦୀ ସିନେମାରେ କାମ କରିବା ଲକ୍ଷ୍ୟ ନେଇ ବମ୍ବେ ସ୍ଥାନାନ୍ତର ହେଲେ । ପ୍ରଥମେ ଜଣେ କୋରସ୍ ଗାୟକ ଭାବେ ନିଜ ଯାତ୍ରା ଆରମ୍ଭ କରିଥିବା କିଶୋର୍ କୁମାର୍ ୧୯୪୬ ମସିହାର ଫିଲ୍ମ ଶିକାରୀରେ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଲା । ଏହାପରେ ମ୍ୟୁଜିକ୍ ଡିରେକ୍ଟର୍ ଖେମଚନ୍ଦ ପ୍ରକାଶ, କିଶୋର କୁମାରଙ୍କୁ ପ୍ଲେ ବ୍ୟାକ୍ ସିଙ୍ଗର ହେବାର ମୌକା ଦେଲେ । ସେବେଠାରୁ କିଶୋର କୁମାରଙ୍କ ଅଭିନୟ ସହ ଗାୟିକିର ଯାତ୍ରା ଆରମ୍ଭ ହୋଇଗଲା । ନୌକରୀ, ମୁସାଫିର, ନିୟୁ ଦିଲ୍ଲୀ, ଆଶା, ଚଲତି କା ନାମ୍ ଗାଡି, ହାଫ୍ ଟିକେଟ୍, ପଡୋଶନ୍, ଆଦି ଏକାଧିକ ଫିଲ୍ମରେ କୁମାର୍ ଅଭିନୟ କରିବା ସହ ନିଜ ଗାୟିକିର ନଜରାନା ଦେଖାଇଥିଲେ ।

କିଶୋର୍ କୁମାର୍ ଓ ମ୍ୟୁଜିକ୍ ଡିରେକ୍ଟର ଆର୍ ଡି ବର୍ମନଙ୍କ ଯୋଡି ଅନେକ ସୁପରହିଟ୍ ଟ୍ରାକ୍ ଭେଟି ଦେଇଛି ଶ୍ରୋତାଙ୍କୁ । ୬୦ ଦଶକରେ ଦେବ୍ ଆନନ୍ଦଙ୍କ ଫିଲ୍ମ ମୁନିମଜୀ, ଟାକ୍ସି ଡ୍ରାଇଭର୍, ପେଇଂ ଗେଷ୍ଟ, ଗାଇଡ୍, ପ୍ରେମ୍ ପୁଜାରୀ ଆଦି ଫିଲ୍ମରେ କିଶୋର୍ କୁମାରଙ୍କ ସ୍ୱରକୁ ବର୍ମନ୍ ସ୍ଥାନ ଦେଇଥିଲେ । କିଶୋର୍ କୁମାର୍ ୭୦ରୁ ୮୦ ଦଶକ ମଧ୍ୟରେ ବଲିଉଡର ପ୍ରାୟ ସବୁ ଷ୍ଟାରମାନଙ୍କ ପାଇଁ ପ୍ଲେ ବ୍ୟାକ୍ ସିଙ୍ଗି କରିଛନ୍ତି । ରୋମାଂଟିକ୍ ହେଉ କି କମେଡି ୟା ଫିର୍ ଇମୋସନାଲ୍ ଟ୍ରାକ୍ ପ୍ରତ୍ୟେକ ଗୀତରେ କିଶୋର କୁମାରଙ୍କ ସ୍ୱର ସଭିଁଙ୍କୁ ଆକୃଷ୍ଟ କରିଛି । କିଶୋର୍ କୁମାର୍ ନିଜ ଜୀବନ ମଧ୍ୟରେ ୪ଥର ବିବାହ କରିଛନ୍ତି । ୧୯୫୦ କୁମାର୍ ବେଙ୍ଗଲୀ ଗାୟିକା ରୁମା ଗୁହାଙ୍କୁ ବିବାହ କରିଥିଲେ ଏବଂ ୮ ବର୍ଷ ମଧ୍ୟରେ ଦୁହିଁଙ୍କ ବିଚ୍ଛେଦ ମଧ୍ୟ ହୋଇ ଯାଇଥିଲା ।

ଏହାପରେ କିଶୋର୍ କୁମାର୍ ଅଭିନେତ୍ରୀ ମଧୁବାଲାଙ୍କୁ ବିବାହ କରିଥିଲେ । ମାତ୍ର ମଧୁବାଲା ମୁସଲିମ୍ ଥିବାରୁ କୁମାରଙ୍କ ପରିବାର ଲୋକେ ତାଙ୍କୁ ଗ୍ରହଣ କଲେ ନାହିଁ । ଏମିତି ମତାନ୍ତର ମଧ୍ୟରେ ୧୯୬୯ ମସିହାରେ ମଧୁବାଲାଙ୍କ ମୃତ୍ୟୁ ହୋଇଗଲା ଆଉ ତାଙ୍କ ସମ୍ପର୍କ ମଧ୍ୟ ଶେଷ ହୋଇଗଲା । କିଶୋର କୁମାରଙ୍କ ତୃତୀୟ ବିବାହ ୟୋଗିତା ବାଲିଙ୍କ ସହ ହୋଇଥିଲା ମାତ୍ର, ୨ବର୍ଷରେ ଏହି ସମ୍ପର୍କରେ ମଧ୍ୟ ଫାଟ ପଡିଗଲା । ୧୯୮୦ ମସିହାରେ କୁମାର ଲୀନା ଚକ୍ରୋବର୍ତ୍ତୀଙ୍କୁ ବିବାହ କରିଥିଲେ । କିଶୋର୍ କୁମାର୍ ୨ଟି ସନ୍ତାନ ଅଛନ୍ତି । ଅମୀତ୍ କୁମାର୍ ଏବଂ ସୁମୀତ୍ କୁମାର୍ । କିଶୋର୍ କୁମାର୍ ନିଜ କ୍ୟାରିୟର୍ ଭିତରେ ୮ଟି ଫିଲ୍ମଫେୟାର୍ ସମ୍ମାନ ହାତେଇଛନ୍ତି । ଏହି ମହାନ୍ ଗାୟକ ଆଜି ଆମ ଭିତରେ ନାହାନ୍ତି ସତ । ମାତ୍ର ତାଙ୍କ ସ୍ୱର ତାଙ୍କ ଗୀତ ସବୁବେଳେ ଆମ ଭିତରେ ଜୀବିତ ହୋଇ ରହିଥିବ ।