ଆଜି କାର୍ତିକ ପୂର୍ଣ୍ଣିମା : ବିଭିନ୍ନ ଶିବାଳୟରେ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଭିଡ

188

କନକ ବ୍ୟୁରୋ : ଆଜି ହେଉଛି ପବିତ୍ର କାର୍ତିକ ପୂର୍ଣ୍ଣିମା । ପ୍ରାଚୀନ ନୈା -ବାଣିଜ୍ୟ ପରଂପରା ସହ ଏହା ନିବିଡ ଭାବେ ସଂପୃକ୍ତ । କାହିଁ କେତେ କାଳରୁ ଲୋକମାନେ କଦଳୀ ପାଟୁଆରେ ଡଂଗା ତିଆର କରି ତାହାକୁ ଆଜିର ଦିନରେ ଭସାଇଥାନ୍ତି । ପରମ୍ପରାର ଛାପ ଆଜିର ଦିନରେ ଦେଖିବାକୁ ମିଳିଥାଏ । ଶ୍ରଦ୍ଧାଳୁ ମାନେ ଆଜି ସକାଳୁ ସକାଳୁ ନଦୀ ଓ ପୋଖରୀରେ ବୁଡ ପକାଇ କଦଳୀ ପାଟୁଆ ବା ସୋଲ ତିଆରି ଡଂଗା ଭସାଇ, ଆଜିର ଦିନଟିକୁ ଖୁବ୍ ସୁନ୍ଦର ଭାବରେ ପାଳନ କରିଥାନ୍ତି ।