ଆଜି ପୁସ୍ତକ ପ୍ରେମୀ ଦିବସ ! ଇଣ୍ଟରନେଟ୍ ଦୁନିଆରେ ମଧ୍ୟ ଆଦର ହରାଇନାହିଁ ପୁସ୍ତକ, ବହିକୁ ନେଇ ଏବେବି ରହିଛି ଅନେକ ଇତିହାସ ।

97

ଆଜି ପୁସ୍ତକ ପ୍ରେମୀ ଦିବସ । ଏବର ଏହି ଇଣ୍ଟରନେଟ ଦୁନିଆରେ ମଧ୍ୟ ଆଦର ହରାଇନାହିଁ ପୁସ୍ତକ । ଏହାର ଲୋକପ୍ରିୟତା – ଗ୍ରହଣୀୟତା ଅତୁଟ ରହିଛି । ଲୋକମାନେ ଅନେକ ପ୍ରକାର ବହି ପଡିବାକୁ ଭଲ ପାଇଥାନ୍ତି । କାହାକୁ ଜୀବନୀ ଭଲ ଲାଗେ ତ ଆଉ କାହାକୁ ଉପନ୍ୟାସ । କିଏ କ୍ଷୁଦ୍ର ଗଳ୍ପ ପଢିବାକୁ ଭଲ ପାଏ ତ ଆଉ କିଏ କବିତା ପୁଣି କିଏ ନାଟକ । ବିଭାଗୀୟ ପସନ୍ଦ ଭିନ୍ନ ଭିନ୍ନ ହୋଇପାରେ, କିନ୍ତୁ ପୁସ୍ତକ ସମସ୍ତଙ୍କର ପସନ୍ଦ ହୋଇରହିଛି । ସହସ୍ରାଧିକ ବର୍ଷ ତଳେ ମଣିଷ ଲେଖିବା ଶିଖିଥିଲା ।

ତେବେ ପୁସ୍ତକର ଜନ୍ମ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ, ଜୋହାନ୍ ଗୁଟେନବର୍ଗଙ୍କ ଦ୍ୱାରା ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ ପରେ । କିନ୍ତୁ ଏହା ପୂର୍ବରୁ ତାଳ-ପତ୍ର ପୋଥି, ବାଉଁଶ ପୋଥି ଆଦି ପ୍ରଚଳିତ ଥିଲା । ହେଲେ କାଗଜ ପୁସ୍ତକ ସବୁଠାରୁ ଅଧିକ ଆଦୃତି ଲାଭ କରିଥିଲା । ଗୁଟେନବର୍ଗଙ୍କ ଦ୍ୱାରା ମୁଦ୍ରିତ ‘ବାଇବେଲ’ ବିଶ୍ୱର ପ୍ରଥମ ପୁସ୍ତକ । ଫ୍ରେଞ୍ଚ୍ ଔପନାସିକ ମାର୍ସେଲ ପୁସତଙ୍କ ‘ଇନ ସର୍ଚ୍ଚ ଅଫ ଲସଟ୍ ଟାଇମ୍’ ବିଶ୍ୱର ସବୁଠାରୁ ଲମ୍ବା ଉପନ୍ୟାସ ।