ଭୁବନେଶ୍ୱରରୁ ବିଦେଶକୁ ସିଧା ହେବ ମାଲ ପରିବହନ : ଆଜିଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ କାର୍ଗୋ ସେବା

71

କନକ ବ୍ୟୁରୋ : ଆଜି ଆନ୍ତର୍ଜାତୀୟ ଖାଉଟି ଦିବସ । ଏହି ଅବସରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆରମ୍ଭ ହେବ ଆନ୍ତର୍ଜାତୀୟ ମାଲ ପରିବହନ ଉଡାଣ । ରାଜ୍ୟର ସାମୁଦ୍ରିକ ଖାଦ୍ୟ, କୃଷି ଜାତ ସାମଗ୍ରୀ, ହ୍ୟାଣ୍ଡଲୁମ୍, ମସଲା ପ୍ରସ୍ତୁତକାରୀ ସଂସ୍ଥାମାନେ ସେମାନଙ୍କ ସାମଗ୍ରୀର ରପ୍ତାନୀ ନେଇ ଏହି ଉଡାଣ ସହାୟକ ହେବ ବୋଲି ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି । ଏହି ବିମାନବନ୍ଦରରୁ ମଧ୍ୟ ପୂର୍ବ, ପୂର୍ବ ଓ ୟୁରୋପୀୟ ରାଷ୍ଟ୍ରଗୁଡିକୁ ସିଧାସଳଖ ମାଲ ପଠାଇହେବ ବୋଲି ଜଣାପଡିଛି ।