ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ

31

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜର ଶେଷ ମ୍ୟାଚ୍ ଆଜି ନାଗପୁରର ବିଦର୍ଭ ଷ୍ଟାଡିଅମରେ ଖେଳାଯିବ । ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ସିରିଜକୁ ୩-୧ରେ ହାତେଇ ନେଇଛି । ଆଜିର ମ୍ୟାଚ୍ ଜିତିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଥର ପାଇଁ ୪-୧ରେ ସିରିଜ୍ ଜିତି ଇତିହାସ ରଚିବ ।

ଏହାପୂର୍ବରୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଥର ୩-୨ରେ ସିରିଜ୍ ଜିତିଛି । ଶେଷ ଦିନିକିଆରେ ଜିତି ଭାରତୀୟ ଟିମ୍ ପୁଣି ୧ ନମ୍ବର ହେବାକୁ ଚେଷ୍ଟା କରିବ । ଇନ୍ଦୋର ଦିନିକିଆରେ ବିଜୟୀ ହୋଇ ଭାରତ ନମ୍ବର ୱାନ ହୋଇଥିଲା । କିନ୍ତୁ ଚତୁର୍ଥ ଦିନିକିଆ ହାରିବା ପରେ ତଳକୁ ଖସି ଦ୍ୱିତୀୟ ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ ।