ମହାନଦୀ ପ୍ରସଙ୍ଗରେ ଆଜି ସବ୍ କମିଟି ବୈଠକ । ଜଳ ପ୍ରସଂଗରେ ସମନ୍ୱୟ ରକ୍ଷା କରିବା ଦିଗ ଉପରେ ହେବ କଥାବାର୍ତା

34

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ ଆଜି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବୈଠକ ବସୁଛି । ଏଥିରେ ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ଯନ୍ତ୍ରୀ ଉପସ୍ଥିତ ରହିବେ । ଏହି ସବ୍ କମିଟି ବୈଠକରେ ମହାନଦୀ ଜଳ ପ୍ରସଂଗରେ ସମନ୍ୱୟ ରକ୍ଷା କରିବା ଦିଗ ଉପରେ ଆଲୋଚନା ହେବ । ତେବେ ଆଜି ଦିନ ୨ଟାରେ ଏହି ବୈଠକ ବସିବାର ଅଛି । ବୈଠକରେ ମହାନଦୀ ଜଳ ସହ ଛତିଶଗଡ ଗେଟ୍ ଖୋଲିବା ନେଇ ଆଲୋଚନା ହେବ । ଏହାସହ ଉପରମୁଣ୍ଡରୁ ଆସୁଥିବା ପଟୁମାଟି ଯୋଗୁଁ ପହଂଚୁଥିବା କ୍ଷତିରୁ ମହାନଦୀକୁ କିପରି ବଂଚାଇ ହେବ ସେ ବିଷୟେରେ ମଧ୍ୟ ଆଲୋଚନା ହେବାର ରହଛି ।

 

ଏହି ମହାନଦୀ ସବ୍ କମିଟି ବୈଠକ ପ୍ରତିବର୍ଷ ହୋଇ ଆସୁଛି । ମହାନଦୀ ଜଳକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ତିଆରି କରୁଥିବା ବ୍ୟାରେଜ୍ ନିର୍ମାଣକୁ ଓଡ଼ିଶା ସରକାର ଘୋର ବିରୋଧ କରୁଛନ୍ତି । ତେବେ ମହାନଦୀ ପ୍ରସଙ୍ଗରେ ଓଡିଶା ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା କରିଛି । ତେବେ ଖରା ଦିନରେ ଓଡିଶାରେ ପାଣି ଘୋର ଅଭାବ ରହିଥିଲା । ତେବେ ବର୍ଷା ଦିନରେ ଛତିଶଗଡ ନିଜ ମନଇଚ୍ଛା ଡ୍ୟାମର ଗେଟ ଖୋଲିଦେବାରୁ ରାଜ୍ୟର ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି । ତେଣୁ ଏପରି ପରିସ୍ଥିତିରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ପୂର୍ବରୁ ବୈଠକ ହୋଇଥିଲେ ମଧ୍ୟ କୈାଣସି ସମାଧାନ ହୋଇ ପାରିନଥିଲା