ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟର ଫିଟୁଛି ଗୁମର : ଟିଟୋଙ୍କ ପତ୍ନୀକୁ ଘରେ ଜେରା କରିବ ଏସଟିଏଫ୍, ଆଜି କୋର୍ଟରେ ହାଜର ହେବ ଟିଟୋ

42

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟର ଫିଟୁଛି ଗୁମର । ଆଜି ସରୁଛି ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି । ତେଣୁ ଆଜି ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ସେପଟେ ଟିଟୋର ପତ୍ନୀଙ୍କୁ ଜେରା କରିବ ଏସଟିଏଫ । ଟିଟୋର ସ୍ତ୍ରୀ ବେନଜୀର ବିବିଙ୍କୁ ତାଙ୍କ ଘରକୁ ଯାଇ ଜେରା କରିବ ଏସଟିଏଫ । ଟିଟୋ ଘରକୁ ଯାଇ ଏସଟିଏଫର ଜଣେ ମହିଳା ଇନସପେକ୍ଟର ବେନଜୀରଙ୍କୁ ପଚରା ଉଚରା କରିବେ । କିପରି ଜଣେ ହାଉସ ୱାଇଫ ହୋଇ ଏତେ ଟଙ୍କା ଅର୍ଜନ କଲେ, ସେନେଇ ଖୋଳତାଡ କରିବ ଏସଟିଏଫ । ବେନଜୀରଙ୍କ ନାଁରେ ରହିଛି ଏକାଧିକ ପେଟ୍ରୋଲ ପମ୍ପ, ଜମା ଟଙ୍କା , ବିଆଇପିଏଲ କମ୍ପାନୀ ଓ ୯୦ଲକ୍ଷ ଟଙ୍କାର ଅଡି କାର ।

କେନ୍ଦ୍ରାପଡାରେ ଟିଟୋ ଘରେ ଏସଟିଏଫର ରେଡ୍ ବେଳେ ବେନଜୀର ବିବିଙ୍କର ଏହି ସବୁ ତଥ୍ୟ ପଦାକୁ ଆସିଥିଲା । ଏଥିସହ ସ୍ପେଶାଲ ଟାସ୍କ ଫୋର୍ସ ଗ୍ୟାଙ୍ଗଷ୍ଟର ଟିଟୋର ୫ଟି ଆକାଉଂଟ ବ୍ଲକ ଓ ଫ୍ରିଜ କରିଛି । ଏହି ଆକାଉଂଟ ଗୁଡିକରେ ଥିଲା ୧୬ଲକ୍ଷ ୪୨ହଜାର ୫୬୫ ଟଙ୍କା ।